Connect with us

ବିଦେଶ

ଭାରତ ଓ ପାକିସ୍ଥାନ ସମ୍ପର୍କରେ ଫାଟ – ପାକିସ୍ଥାନ ବିଚଳିତ l

ଭାରତ ଓ ପାକିସ୍ଥାନ ସମ୍ପର୍କରେ ଫାଟ - ପାକିସ୍ଥାନ ବିଚଳିତ l

ଭାରତ ଓ ପାକିସ୍ଥାନ ସମ୍ପର୍କରେ ଫାଟ – ପାକିସ୍ଥାନ ବିଚଳିତ l

ଇସ୍‌ଲାମବାଦ: ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକକୁ ଭାରତ ବାତିଲ କରିଦେବା ପରେ କ୍ଷୁବ୍ଧ ହୋଇଯାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଭାରତର ଏହି ଆଚରଣକୁ ‘ଅହଂକାରୀ’ ବୋଲି ଅଭିହିତ କରିବା ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଦୃରଦୂଷ୍ଟି ନାହିଁ ବୋଳି କହିଥିଲେ । ବୈଦଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ଆଳରେ ଆନ୍ତର୍ଜାତିକସ୍ତରରେ ଯେଉଁ ଫାଇଦା ନେବା ପାଇଁ ପାକିସ୍ତାନ ଚାହୁଁଥିଲା, ଭାରତ ତାକୁ ସେହି ସୁଯୋଗରୁ ବଞ୍ଚିତ କରିଦେଲା । ଇମ୍ରାନ ଖାଁ ପାକିସ୍ତାନ ଆର୍ମିର କାଠ ପୁତଳିକା ସାଜି ଥିବାରୁ ଏହି ବୈଠକରେ କୌଣସି ନିଷ୍କର୍ଷ ବାହାରି ନ ଥାନ୍ତା ବୋଲି ଭାରତ ଅନୁମାନ କରିସାରିଥିଲା l

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଶାନ୍ତି ସମ୍ପର୍କ ସ୍ଥାପନ ପାଇଁ ଡିଣ୍ଡିମ ପିଟୁଥିବାବେଳେ ପାକିସ୍ତାନ ଆର୍ମି ଭାରତୀୟ ସୈନଙ୍କ ମୁଣ୍ଡକାଟ କରୁଥିଲା । ନିକଟରେ ଜଣେ ବିଏସଏଫ ଯବାନଙ୍କୁ ଗୁଳି ମାରି ତଣ୍ଟି କାଟି ହତ୍ୟା କରିବା ସହିତ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ହେଇ ଭାରତୀୟ ସେନା ହାତରେ ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କୁ ଗୌରବାନ୍ଵିତ କରି ପାକିସ୍ତାନ୨୧ଟି ଡାକ ଟିକେଟ ପ୍ରଚଳନ କରିବା ଘଟଣାକୁ ଭାରତ ସହଜରେ ଗ୍ରହଣ କରିପାରି ନଥିଲା । ତେଣୁ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରକୃଷ୍ଟ ସମୟ ଆସି ନାହିଁ ବୋଲି କହି ଭାରତ ନ୍ୟୁୟର୍କ ଠାରେ ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ଏକପାଖିଆ ଭାବେ ବାତିଲ କରିଦେଇଥିଲା। ଏହି ଘଟଣାରେ ବିଚଳିତ ହୋଇ ପଡ଼ିବା ପରେ ଇମ୍ରାନ ଖାଁ ଟ୍ଵିଟ୍‌ କରି ଏପରି ମନ୍ତବ୍ୟ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ