Connect with us

ଦେଶ

ଭାରତୀୟ ଯବାନଙ୍କ ଗୁଳି ମାଡରେ ୫ ପାକ୍ ସେନା ନହିତ

ସାଙ୍କେତିକ

ଭାରତୀୟ ଯବାନଙ୍କ ଗୁଳି ମାଡରେ ୫ ପାକ୍ ସେନା ନହିତ
୭ ବଙ୍କର ଧ୍ୱସ୍ତ
ଜାମ୍ମୁ,୧୭ା୧ : ଜୁମ୍ମା-କାଶ୍ମୀରର ପୁଞ୍ଚ୍ ସେକ୍ଟରରେ ଆଜି ଅସ୍ତ୍ର ବିରତି ଉଲ୍ଲଘଂନ କରିବା ଘଟଣା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପାକ୍ ସେନା ଦ୍ୱାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଘଂନର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାଲଟା ଜବାବ ଦେଇଛି । ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ପାକ୍ ଯବାନ ନିହତ ହେବା ସହିତ ପାକିସ୍ତାନର ୭ଟି ବଙ୍କରକୁ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଇ ଦେଇଛି ଭାରତୀୟ ସେନା । ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନରେ ୭ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଜଣାପଡିଛି ।

ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଯେ, ଆଜି ପୂର୍ବାହ୍ନରେ ଜାମ୍ମୁ-କାଶ୍ମୀର ପୁଞ୍ଚ୍ ସେକ୍ଟରରେ ରହିଥିବା ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ପ୍ରଥମେ ପାକ୍ ସେନା ଅସ୍ତ୍ର ବିରତି ଉଲ୍ଲଘଂନ କରି ଭାରତୀୟ ସୀମା ଓ ସୀମାନ୍ତରେ ଥିବା ଭାରତୀୟ ସେନା ପୋଷ୍ଟ ଉପରକୁ ଗୁଳିମାଡ କରିଥିଲା । ପରେ ପରେ ପାକ୍ ସେନା ପକ୍ଷରୁ କରାଯାଇଥିବା ଅସ୍ତ୍ର ବିରତି ଉଲ୍ଲଘଂନର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯେଉଁଥିରେ ୫ ପାକ୍ ଯବାନ ନିହତ ହେବା ସହ ପାକିସ୍ତାନର ୭ଟି ବଙ୍କରକୁ ଧ୍ୱସ୍ତବିଧ୍ୱସ୍ତ କରି ମାଟିରେ ମିଶାଇ ଦେଇଥିଲା ଭାରତୀୟ ସେନା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ