Connect with us

ଦେଶ

ଭବିଷ୍ୟତରେ ବନ୍ୟା ନେବ ୧୬ ହଜାର ଜୀବନ , ନଷ୍ଟ ହେବ ୪୭ ହଜାର କୋଟି l

ଭବିଷ୍ୟତରେ ବନ୍ୟା ନେବ ୧୬ ହଜାର ଜୀବନ ନଷ୍ଟ ହେବ ୪୭ ହଜାର କୋଟି l

ଭବିଷ୍ୟତରେ ବନ୍ୟା ନେବ ୧୬ ହଜାର ଜୀବନ ନଷ୍ଟ ହେବ ୪୭ ହଜାର କୋଟି l
ନୂଆଦିଲ୍ଲୀ,୨୦ା୮ : ଆଗାମୀ ୧୦ ବର୍ଷରେ ବନ୍ୟାରେ ୧୬ ହଜାର ଲୋକଙ୍କ ଜୀବନ ଯିବ । ୪୭ ହଜାର କୋଟି ଟଙ୍କାର ଧନସମ୍ପତ୍ତି କ୍ଷୟକ୍ଷତି ହେବ । କେରଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାର କରାଳ ରୂପ ଆଖି ସାମ୍ନାରେ ଥିବା ବେଳେ ଏଭଳି ପୂର୍ବାନୁମାନ କରିଛନ୍ତି ଜାତୀୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍ଡିଏମ୍ଏ) । ପାଣିପାଗ ଓ ମୌସୁମୀରେ ଦେଖାଦେଇଥିବା ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ଏଭଳି ଦୁର୍ବିପାକ ସୃଷ୍ଟି ହେଉଥିବା ବେୋ ଏହାର ପୂର୍ବାନୁମାନ କରିବାରେ ପାଣିପାଗ ବିଭାଗ ବିଫଳ ହୋଇଥିବା ଅଭିଯୋଗ ଆସିଛି ।

ପାଣିପାଗ ଓ ପରିବେଶ ବିଶେଷଜ୍ଞଙ୍କ କହିବା ଅନୁସାରେ, ଭାରତ ପାଖରେ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ଦେବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ବୈଷୟିକ ଉପକରଣ ଓ ଉପଗ୍ରହ ରହିଛି । କିନ୍ତୁ ଭାରତ ସରକାରଙ୍କ ବିପର୍ଯ୍ୟୟ ହ୍ରାସ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଇଛି । ଏନ୍ଡିଏମ୍ଏର କାର୍ଯ୍ୟକଳାପ କେବଳ ଗାଇଡ୍ ଲାଇନ୍ ଜାରି କରିବା, ସଭାସମିତି ମାଧ୍ୟମରେ ଆଲୋଚନାରେ ସୀମିତ ରହିଛି । ଯଦି ଏନ୍ଡିଏମ୍ଏ ସକ୍ରିୟ ଥାଆନ୍ତା ଏବଂ କାର୍ଯ୍ୟଧାରା ବାସ୍ତବବାଦୀ ହୋଇଥାନ୍ତା ତେବେ କେରଳ ବନ୍ୟାରେ ମୃତ ଓ ବିପନ୍ନଙ୍କ ସଂଖ୍ୟା ଅନେକାଂଶରେ ହ୍ରାସ କରାଯାଇପାରିଥାନ୍ତ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

କିଛିଦିନ ତଳେ ସରକାରୀ ଭାବେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯେଭଳି ଢଙ୍ଗରେ ହେବା କଥା ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଗୁରୁତ୍ୱ ଦେଉନାହାନ୍ତି । ବିପର୍ଯ୍ୟୟ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବାକୁ ତତ୍ପରତା ଦେଖିବାକୁ ମିଳୁନାହିଁ । ବନ୍ୟା ଓ ବାତ୍ୟା ଦୃଷ୍ଟିରୁ ଅତ୍ୟଧିକ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ଦେଶର ୬୪୦ଟି ଜିଲ୍ଲାରେ ଏହି ସର୍ବେକ୍ଷଣ କରାଯାଇଥିଲା । ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହେବ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ।

ବନ୍ୟା ହେଲେ ଏହି ଦୁଇ ରାଜ୍ୟର ୭.୩ ନିୟୁତ ହେକ୍ଟର ବୁଡିଯିବ । ତା’ପଛକୁ ବିହାର ଓ ଝାଡଖଣ୍ଡକୁ ଦ୍ୱିତୀୟ ସର୍ବାଧିକ ସମ୍ବେଦନଶୀଳ ରାଜ୍ୟ ଭାବେ ପ୍ରଦର୍ଶିତ କରାଯାଇଛି । ବନ୍ୟା ହେଲେ ଏହି ଦୁଇ ରାଜ୍ୟର ୪.୩ ନିୟୁତ ହେକ୍ଟର, ଆସାମର ୩.୨ ହେକ୍ଟର, ପଶ୍ଚିମବଙ୍ଗର ୨.୭ ହେକ୍ଟର, ହରିଆନାର ୨.୪ ନିୟୁତ ହେକ୍ଟର, ଗୁଜରାଟର ୧.୪ ନିୟୁତ ହେକ୍ଟର, ଓଡ଼ିଶା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୧.୪ ହେକ୍ଟର ଲେଖାଏଁ ଜମି ଜଳମଗ୍ନ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ