Connect with us

ଆଞ୍ଚଳିକ

ଭଦ୍ରକରେ ଜାତୀୟ ଭୋଟର ଦିବସ ପାଳିତ

ସାଙ୍କେତିକ

ଭଦ୍ରକରେ ଜାତୀୟ ଭୋଟର ଦିବସ ପାଳିତ
ଭଦ୍ରକ, – ଭଦ୍ରକରେ ଜାତୀୟ ଭୋଟର ଦିବସ ସହିଦ୍ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଭୋଟର ଦିବସ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଭୋଟର ସଚେତନତା ଗଣତନ୍ତ୍ରର ସୁଦୃଢତା ଓ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରି ଗଣତନ୍ତ୍ରକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଭୋଟଦାନରୁ କୌଣସି ମତଦାତା ଯେପରି ବାଦ୍ ପଡ଼ିବେ ନାହିଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରହିଛି ବୋଲି ମତପ୍ରକାଶ କରିଥିଲେ ।

ସମ୍ମାନୀତ ଅତିଥିଭାବେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ସହକାରୀ ନିର୍ବାଚନ ଅଧିକାରୀ କାର୍ତିକନାଥ ମଣ୍ଡଳ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ, ଡ଼ି.ଆଇ.ପି.ଆର.ଓ. ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା କ୍ରିଡ଼ା ଅଧିକାରୀ ମନୋଜ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜାତୀୟ ଭୋଟର ଦିବସ ଉପଲକ୍ଷେ ମତଦାତା ମାନଙ୍କୁ ସଂକଳ୍ପ କରାଇଥିଲେ । ସେହିପରି ନୂଆ ଭୋଟର ମାନଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରିବା ସହ ଜାତୀୟ ଭୋଟର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭଦ୍ରକ ପୌରପାଳିକାର ବିଏଲଓ ସୁପରଭାଇଜର ଶଶଧର ମହନୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ବକ୍ତୃତାରେ ଆକାଂକ୍ଷା ଦେବରଂଜିତା ଦାସ ପ୍ରଥମ, ଆରବ ଆର୍ଯ୍ୟ କୁମାର ରାଉତ ଦ୍ୱିତୀୟ, ଜୀବନ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପୋଷ୍ଟର ମେକିଂରେ ଶଶିକାନ୍ତ ବହଳୀ ପ୍ରଥମ, ମିଲନ୍ କୁମାର ବନୱାଲ ଦ୍ୱିତୀୟ, ସଲମା କାଦିର୍ ତୃତୀୟ, ସାଧାରଣ ଜ୍ଞାନ ପ୍ରତିଯୋଗୀତା ଆରବ ଆର୍ଯ୍ୟ କୁମାର ରାଉତ ପ୍ରଥମ, ସୋମନାଥ ଦିକ୍ଷିତ୍ ଦ୍ୱିତୀୟ, ଜ୍ଞାନେନ୍ଦ୍ର କୁମାର ଦାସ ତୃତୀୟ, ସ୍ଲୋଗାନରେ ସଲମା କାଦିର ପ୍ରଥମ, ସୌମ୍ୟ ରଂଜନ ସାହୁ ଦ୍ୱିତୀୟ, ମିଲନ କୁମାର ବନୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ସେହିପରି ସକାଳ ୯ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରାକୁ ଜିଲ୍ଳାପାଳ ଜ୍ଞାନ ଦାସ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ସଚେତନତା ରାଲି ସହର ପରିକ୍ରମା ପରେ ସହିଦ୍ ସ୍ମୃତି ଭବନ ନିକଟରେ ପହଂଚି ଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ