Connect with us

Uncategorized

ବଢ଼ିଲାନୀ ସମୟସୀମ ସଜ୍ଜନ ରହିଲେ ଜେଲରେ

ସାଙ୍କେତିକ

ବଢ଼ିଲାନୀ ସମୟସୀମ
ସଜ୍ଜନ ରହିଲେ ଜେଲରେ
ନୂଆଦିଲ୍ଲୀ,୨୧ା୧୨ : ଶିଖ୍ ବିରୋଧୀ ହିଂସାକାଣ୍ଡରେ ଅଭିଯୁକ୍ତ ତଥା ପ୍ରାକ୍ତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଡିସେମ୍ବର ୩୧ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିବ । ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହେବା ପରେ କିଛି ଦିନ ସମୟ ଦେବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ନିଜ ସମ୍ପତ୍ତି ୩ ସନ୍ତାନ ଓ ୮ଜଣ ନାତି ନାତୁଣୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଓ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିବା ପାଇଁ ଏକମାସ ସମୟସୀମା ମାଗିଥିଲେ ସଜ୍ଜନ କୁମାରଙ୍କ ଓକିଲ । ତେବେ କୋର୍ଟ ପକ୍ଷରୁ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି ।

ପ୍ରାକ୍ତନ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ୧୯୮୪ ଶିଖ ବିରୋଧୀ ହିଂସାକାଣ୍ଡରେ ସଜ୍ଜନ କୁମାରଙ୍କ ନାମରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in Uncategorized