Connect with us

ବିଦେଶ

ବଡ଼ଦିନ ପାଇଁ ଏବେଠୁ ଚର୍ଚ୍ଚ ଗୁଡ଼ିକରେ ଭିଡ଼ ଆରମ୍ଭ

ସାଙ୍କେତିକ

ବଡ଼ଦିନ ପାଇଁ ଏବେଠୁ ଚର୍ଚ୍ଚ ଗୁଡ଼ିକରେ ଭିଡ଼ ଆରମ୍ଭ
ଭୁବନେଶ୍ୱର :- ଆସନ୍ତା ୨୫ ତାରିଖରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଥିବାରୁ ରାଜ୍ୟର ବିଭିନ୍ନ ସହର ଏବଂ ଗ୍ରାମାଂଚଳରେ ଥିବା ଚର୍ଚ୍ଚ ଗୁଡ଼ିକ ଚଳ ଚଂଚଳ ହୋଇଛି । ଏବେଠୁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଦେଖାଦେଇଛି । ଚର୍ଚ୍ଚ ଗୁଡ଼ିକ ମଧ୍ୟ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି । ଅନ୍ୟପକ୍ଷରେ ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲ ଗୁଡ଼ିକର ଛାତ୍ରଛାତ୍ରୀମାନେ ନିଜକୁ ସାନ୍ତାକ୍ଲୋଜ ଡ୍ରେସରେ ସଜେଇ ହୋଇ ପ୍ରତିଯୋଗିତାମାନ ହୋଇଛି । ଏହି ପୋଷାକ କିଣିବା ପାଇଁ ଦୋକାନ ମାନଙ୍କରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଚର୍ଚ୍ଚ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼କୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜଧାନୀର କ୍ୟାଥୋଲିକ ଚର୍ଚ୍ଚ ଗୁଡ଼ିକରେ ଯୀଶୁଙ୍କର ଜୀବନ ବୃତାନ୍ତ ପ୍ରଦର୍ଶନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ