Connect with us

ଅପରାଧ

ବ୍ରହ୍ମଗିରିରେ ଇଭିଏମ୍ ଭାଙ୍ଗିଲେ ଗ୍ରାମବାସୀ

ସାଙ୍କେତିକ

ବ୍ରହ୍ମଗିରିରେ ଇଭିଏମ୍ ଭାଙ୍ଗିଲେ ଗ୍ରାମବାସୀ
ଭୁବନେଶ୍ୱର,୨୩ ଅପ୍ରେଲ – ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କମାଶାସନର ୨୨୨ ନଂ. ବୁଥରେ ଇଭିଏମକୁ ଭାଙ୍ଗିଦେଲେ ଗ୍ରାମବାସୀ । ଗୋଟିଏ ଦଳକୁ ଭୋଟ ଦେଲାବେଳେ ଅନ୍ୟ ଦଳକୁ ଚାଲିଯାଉଥିବାରୁ ସେଥିରେ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଭୋଟରମାନେ ଇଭିଏମକୁ ଭାଙ୍ଗିଦେଇଥିଲେ । ପରେ ସେଠାରେ ପୁନର୍ବାର ନିର୍ବାଚନ କରିବା ପାଇଁ ସେମାନଙ୍କ ପକ୍ଷରୁ ଦାବି କରାଯାଇଛି ।
ଅପରପକ୍ଷରେ ମନୁଷ୍ୟକୃତ ତ୍ରୁଟି ପାଇଁ ଇଭିଏମ ସହିତ ଭିଭିପାଟ ସଂଯୋଗ ଭୁଲ ହୋଇଥିବା ଯୋଗୁ ସମ୍ପୃକ୍ତ ମେସିନ ଗୁଡ଼ିକ ଅଚଳ ହୋଇପଡ଼ିଥିଲା । ଇଭିଏମ୍ ମେସିନ ଅଚଳ ହେବା ଦୃଷ୍ଟିକୁ ଆସିବା ପରେ ସେ ଦୁଇଟି ବୁଥରେ ପୁନର୍ବାର ନିର୍ବାଚନ କରିବା ପାଇଁ ସୁପାରିଶ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମନୁଷ୍ୟକୃତ ତ୍ରୁଟି ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ