Connect with us

ଓଡିଶା

ବୌଦ୍ଧ ଠାରେ ଜାତୀୟ ଭୋଟର ଦିବସ ପାଳିତ

ସାଙ୍କେତିକ

ବୌଦ୍ଧ ଠାରେ ଜାତୀୟ ଭୋଟର ଦିବସ ପାଳିତ
ବୌଦ୍ଧ – ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏକ ମତଦାତା ସହାୟତା କେନ୍ଦ୍ର ଓ ଟୋଲ ଫ୍ରି ନଂ ୦୬୮୪୧-୧୯୫୦ ଶୁଭାରମ୍ଭ ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟଅତିଥି ରୂପେ ଜିଲାପାଳ ଶିତାଂଶୁ କୁମାର ରାଉତ ଯୋଗଦେଇ ମତଦାତା ସହାୟତା କେନ୍ଦ୍ର ଓ ଟୋଲ ଫ୍ରି ନଂ ର ଶୁଭାରମ୍ଭ କରିଥିଲେ । ଏହି ସହାୟତା କେନ୍ଦ୍ର ଓ ଟୋଲ ଫ୍ରି ନଂ ଦ୍ୱାରା ଜିଲାର ମତଦାତାମାନେ ନିର୍ବାଚନ ଓ ଭୋଟର କାର୍ଡ ସଂପର୍କିତ ସମସ୍ତ ସହାୟତା ପାଇପାରିବେ ।

ଜାତୀୟ ଭୋଟର ଦିବସ ପାଳନ ଅବସରରେ ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଟାଉନହଲ ଠାରେ ନିର୍ବାଚନ ଓ ଭୋଟର ସମ୍ବନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉପ ଜିଲାପାଳ ଜ୍ୟୋତି ରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶିତାଂଶୁ କୁମାର ରାଉତ ଯୋଗଦେଇ ଏହାକୁ ଉଦଘାଟନ କରି ଭୋଟର ମାନଙ୍କ ଅଧିକାର ସହିତ ଭୋଟରଙ୍କ ଉପାଦେୟତା ସମ୍ବନ୍ଧିତ ବିଭିନ୍ନ ତଥ୍ୟ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ନୂତନ ମତଦାତାମାନଙ୍କୁ ପରିଚୟପତ୍ର ବଂଟନ କରାଯାଇଥିଲା । ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା