Connect with us

ଆଞ୍ଚଳିକ

ବୌଦ୍ଧ ଜିଲାର ବିକାଶ ସନ୍ତୋଷଜନକ ହୋଇନଥିବାରୁ ରାଜ୍ୟପାଳଙ୍କ ଅସନ୍ତୋଷ ବ୍ୟକ୍ତ

ସାଙ୍କେତିକ

ବୌଦ୍ଧ ଜିଲାର ବିକାଶ ସନ୍ତୋଷଜନକ ହୋଇନଥିବାରୁ ରାଜ୍ୟପାଳଙ୍କ ଅସନ୍ତୋଷ ବ୍ୟକ୍ତ
ରାଜ୍ୟପାଳଙ୍କ ବୌଦ୍ଧ ଜିଲା ଗସ୍ତ ସଂପର୍କରେ ଗଣମାଧ୍ୟମ ଅନ୍ଧକାରରେ
ବୌଦ୍ଧ, ୩୧ ଜାନୁଆରୀ – ରାଜ୍ୟପାଳ ପ୍ରଫେସର ଗଣେସୀଲାଲ ଗୁରୁବାର ଦିନ ବୌଦ୍ଧ ଜିଲା ଗସ୍ତ କରି ଏକ ଜିଲାସ୍ତରୀୟ ବୈଠକରେ ବିଭିନ୍ନ ଯୋଜାନର ସମୀକ୍ଷା କରିଥିଲେ । କୃଷି ପ୍ରଧାନ ବୌଦ୍ଧ ଜିଲା ଗଠନ ର ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଶାନୁରୂପକ ବିକାଶ ହୋଇନଥିବାରୁ ରାଜ୍ୟପାଳ ସମୀକ୍ଷା ବୈଠକରେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ବୈଠକରେ ମହାତ୍ମାଗାନ୍ଧୀ ଗ୍ରାମ୍ୟ ସ୍ୱରାଜ୍ୟର ସ୍ୱପ୍ନ ଦେଖୁଥିଲେ , ଗ୍ରାମାଞ୍ଚଳର ଉନ୍ନତି ହୋଇ ପାରିଲେ ଦେଶର ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏହା ସହ ଜିଲାର ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣୀ ଯୋଜନା ଓ ପ୍ରକଳ୍ପ ଗୁଡିକ ଯେପରି ସଠିକ ସମୟରେ ସଂପୁର୍ଣ୍ଣ ହୋଇପାରିବ ସେଥିପ୍ରତି ଜିଲାସ୍ତରୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେସିଲାଲ ବୌଦ୍ଧରେ ଦିନ ଗୋଟାଏ ବେଳେ ସର୍କିଟ ହାଉସ ଠାରେ ପହଞ୍ôଚବାପରେ ଜିଲାର ବିଭିନ୍ନ ଯୋଜନାର ଉନ୍ନତି ନେଇ ସମୀକ୍ଷା ବୈଠକ କରିଥିଲେ । ଅପରାହ୍ନରେ ରାଜ୍ୟପାଳ ହରଭଙ୍ଗା ବ୍ଳକର ବୀରନରସିଂହପୁର ସ୍ଥିତ ବାଳାଶ୍ରମ ଏବଂ ଝାଡରାଜିଙ୍ଗ ସ୍ଥିତ ସେବାଶ୍ରମ ପରିଦର୍ଶନ କରିବା ସହିତ ବିଦ୍ୟାଳୟର ଗୁଡିକର ଛାତ୍ର ଛାତ୍ରୀ ମାନଙ୍କ ସହ ମତବିନିମୟ କରିଥିଲେ ।

ଏହି ଅବସରରେ ଜିଲାପାଳ ସିଂତାଶୁ କୁମାର ରାଉତ, ଏସ୍ପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟନାୟକ , ଉପଜିଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କ ସମତେ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ସଂପୂର୍ଣ୍ଣ ରୂପେ ଗୋପନୀୟ ରଖିବାକୁ ଜିଲା ପ୍ରଶାସନ ଉଦ୍ୟମ କରିଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବାରମ୍ବାର ପ୍ରଶ୍ନ ପରେ ରାଜ୍ୟପାଳଙ୍କ ଗସ୍ତର ୩ ଘଂଟା ପୂର୍ବରୁ ପ୍ରଶାସନ ଜଣାଇବାକୁ ବାଧ୍ୟ ହୋଇଥିଲା ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଦିର୍ଘ ସମୟଧରି ସର୍କିଟହାଉସ ବାହାରେ ଛିଡା କରାଇବାପରେ କେବଳ ବୈଠକର ଫଟୋ ଉଠାଇ ୨ ମିିନିଟ ମଧ୍ୟରେ ବାହାରକୁ ବାହାର କରିଦିଆଯାଇଥିଲା । ଜିଲାପ୍ରଶାସନ ସଦାସର୍ବଦା ଜିଲାର ବିକାଶ ନେଇ ଭୁଲ ତଥ୍ୟ ପ୍ରଦାନ କରୁଥିବା ନେଇ ରହିଥିବା ଗୁଞ୍ଜରଣ କାଳେ ଗଣମାଧ୍ୟମ ଆଗରେ ଧରାପଡିଯିବ ସେହି ଭୟରେ ଜିଲା ପ୍ରଶାସନ ସମସ୍ତ ସମୀକ୍ଷା ବୈଠକରୁ ଗଣମାଧ୍ୟମକୁ ଦୂରେଇ ରଖିବାର ଉଦ୍ୟମକୁ ଜିଲାର ବୁଦ୍ଧିଜିବୀ ମହଲରେ ନାପସନ୍ଦ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ