Connect with us

ଅପରାଧ

ବେଦାନ୍ତ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସିପିଏମ୍

ସାଙ୍କେତିକ

ବେଦାନ୍ତ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା ସିପିଏମ୍
ଭୁବନେଶ୍ୱର,୧୮ ମାର୍ଚ୍ଚ – କଳାହାଣ୍ଡି ଜିଲ୍ଲାର ରେଂଗାପାଲ୍ଲି ଗ୍ରାମର ବିସ୍ଥାପିତ ମାନେ ନିଯୁକ୍ତି ଦାବୀ କରି ବେଦାନ୍ତ କମ୍ପାନୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲାବେଳେ ସୁରକ୍ଷାକର୍ମୀଙ୍କ ମରଣାତ୍ମକ ଆକ୍ରମଣ କରି ଦାନୀ ବ୍ରାତାଙ୍କୁ ହତ୍ୟା କରିଛନ୍ତି । ଆକ୍ରମଣରେ ଗୁରୁତର ଭାବରେ ଆହତ ହୋଇ ମୁମୁର୍ଷୁ ଅବସ୍ଥାରେ ଅନ୍ୟ କେତେକ ଚିକିତ୍ସା ବେଳେ ମୃତ୍ୟୁ ବରଣ କରିଥିବା ଖବର ପ୍ରକାଶ ପାଇଛି । ସି.ପି.ଆଇ.(ଏମ୍) ବେଦାନ୍ତ କମ୍ପାନୀର ଏହି ହତ୍ୟାର ତାଣ୍ଡବ ଲୀଳାର ତୀବ୍ର ପ୍ରତିବାଦ କରୁଛି ବୋଲି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜଗନ୍ନାଥ ମିଶ୍ର କହିଛନ୍ତି ।
ସରକାର ବେଦାନ୍ତ କମ୍ପାନୀ କର୍ତୃପକ୍ଷଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ଦାୟର କରି ଦୃଢ ଶାସ୍ତି ବିଧାନ ପାଇଁ ସିପିଏମ୍ ଦାବି କରିଛି । ଏହାସହ ମୃତ ପରିବାର ଗୁଡିକୁ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଏବଂ ବିସ୍ଥାପିତ ପରିବାର ଗୁଡିକ ଚାକିରୀ ଯୋଗାଇ ଦେବା ପାଇଁ ଦାବୀ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ