Connect with us

ଦେଶ

ବିହାର ଆସନ ଭାଗବଣ୍ଟା ଛିଡି଼ଲା , ଜେଡିୟୁ ବିଜେପି ଉଭୟ ୧୭ ଓ ଏଲ୍‌ଜେପିକୁ ୬

ସାଙ୍କେତିକ

ବିହାର ଆସନ ଭାଗବଣ୍ଟା ଛିଡି଼ଲା , ଜେଡିୟୁ ବିଜେପି ଉଭୟ ୧୭ ଓ ଏଲ୍‌ଜେପିକୁ ୬
ନୂଆଦିଲ୍ଲୀ :- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିହାରରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ଓ ପାଶ୍ବାନ (ଏଲଜେପି) ଙ୍କ ମଧ୍ୟରେ ହୋଇଯାଇଛି ଆସନ ଭାଗବଣ୍ଟା । ଜେଡିୟୁ ଆଗରେ ନଇଁଛି ବିଜେପି । ଉଭୟ ୧୭ଟି ଆସନରେ ପ୍ରାର୍ଥୀ ଦେବେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୂଚନା ଦେଇଛନ୍ତି । ସେହିପରି ଏଲ୍‌ଜେପିକୁ ୬ଟି ଆସନ ଦିଆଯିବ ବୋଲି ସ୍ଥିର ହୋଇଛି । ଏଲଜେପିର ରାମବିଳାଶ ପାଶ୍ବାନ ୬ଟି ଆସନ ପାଇ ନିଜର ଜିଦକୁ ରଖିପାରିଛନ୍ତି ।

ଏହାକୁ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାବଦ ଟୁଇଟ୍‌ କରି ବିଜେପିକୁ ସମାଲୋଚନା କରିଛନ୍ତି । ସମ୍ପ୍ରତି ବିଜେପିର ସଂସଦ ସଂଖ୍ୟା ୨୨ ଏବଂ ଜେଡିୟୁ ସଂସଦ ସଂଖ୍ୟା ୨ ରହିଛି । ତେବେ ବିହାରରେ ବିଜେପି ଏଭଳି ସଶକ୍ତ ହୋଇଛି ଯେ, ଜେଡିୟୁ ସମ୍ମୁଖରେ ମୁଣ୍ଡ ନଇଁବାକୁ ବାଧ୍ୟ ହୋଇଛି ବୋଲି ତେଜସ୍ବୀ ଟୁଇଟ୍‌ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ