Connect with us

ଦେଶ

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାଲ୍ୟ ବିବାହ ବିରୋଧରେ ଅଭିଯାନ

ସାଙ୍କେତିକ ଚିତ୍ର

ପାଟଣା ୧୦।୧୦: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମଦ ବିରୋଧୀ ଆନ୍ଦୋଳନ କରି ରାଜ୍ୟରେ ମଦ ବ୍ୟବସାୟ ବନ୍ଧ କଲାପରେ ବାଲ୍ୟ ବିବାହ ବିରୋଧରେ ଆରମ୍ଭ କରିଛନ୍ତି ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଇଣ୍ଟର ପାସ୍‌ କରିଥିବା ଅବିବାହିତା କନ୍ୟାଙ୍କୁ ସରକାର ୧୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ଯୋଜନା ଦ୍ୱାରା ୨ ଲକ୍ଷ ୪୯ ହଜାର ୮୫୬ କନ୍ୟା ଉପକୃତ ହେବେ । ଏଥିରେ ୨୪୯ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ସାଇକେଲ ଯୋଜନା ଅନ୍ତର୍ଗତ ଏଣିକି ସାଇକେଲ କିଣିବା ପାଇଁ ଥିବା ଅନୁଦାନ ଅଢ଼େଇ ହଜାର ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ