Connect with us

ଓଡିଶା

ବିଶ୍ୱକପ୍ ହକିରୁ ରାଜନୈତିକ ଫାଇଦା ପାଇଁ ବିଜେଡି-ବିଜେପି ତତ୍ପର : କଂଗ୍ରେସ

image

ବିଶ୍ୱକପ୍ ହକିରୁ ରାଜନୈତିକ ଫାଇଦା ପାଇଁ ବିଜେଡି-ବିଜେପି ତତ୍ପର : କଂଗ୍ରେସ
ଭୁବନେଶ୍ୱର ରାଜ୍ୟରେ ଆୟୋଜନ ହେଉଥିବା ହକି ବିଶ୍ୱକପ୍କୁ ନେଇ ବିଜେଡି ନେତୃତ୍ୱାଧିନ ରାଜ୍ୟ ସରକାର ଏବଂ ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଥିବା ସ୍ଥଳେ ଏତେ ଅର୍ଥ ବ୍ୟୟ କରାଯାଇ କ୍ରୀଡା ଭିତିଭୂମିର ବିକାଶ ପାଇଁ ସଠିକ୍ ସମୟରେ ପଦକ୍ଷେପ ନ ନେଇ ଯେଭଳି ତରବରିଆ ଭାବରେ ଉଦ୍ଘାଟନୀ ଉତ୍ସବର ଅବ୍ୟବହିତ ପୂର୍ବରୁ ତାହା ବାହାଘର ବେଳେ ବାଇଗଣ ରୁଆ ସଦୃଶ ଏବଂ ଏହି ପ୍ରତିଯୋଗିତାରୁ ଉଭୟ ବିଜେପି ଏବଂ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଦିଗରେ ଲାଗି ପଡିଛନ୍ତି । ନଚେତ୍ ଟିକେଟ୍ ଘୋଟାଲା ପ୍ରସଙ୍ଗରେ ଉଭୟ ବିଜେଡି ଏବଂ ବିଜେପି କ’ଣ ପାଇଁ ମୁହଁ ଖୋଲୁ ନାହାନ୍ତି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ ପ୍ରଶ୍ନ କରିଛନ୍ତି ।

ଏହି ପ୍ରତିଯୋଗିତା ଏକ ଆନ୍ତର୍ଜାତୀକ ପ୍ରତିଯୋଗିତା ହୋଇଥିବାରୁ ଉଦ୍ଘାଟନୀ ଉତ୍ସବରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଚଳଚ୍ଚିତ୍ର ତାରକା, କ୍ରୀଡା ତାରକା ଆସିବାର କାର୍ଯ୍ୟକ୍ରମ ରହିଛି । ଏଣୁ ଉଭୟ ବିଜେଡି, ବିଜେପି ଏବଂ ବଡ ବଡ ଅଧିକାରୀମାନେ ଭାଗବାଟିଂ ଉଦ୍ଘାଟନୀ ଉତ୍ସବର ସମସ୍ତ ଟିକେଟ୍ ହାତେଇଛନ୍ତି ଏବଂ ଏକ ଦୁର୍ବଳ ସର୍ଭର ମାଧ୍ୟମରେ ଅନ୍ଲାଇନ୍ ଟିକେଟ୍ ବୁକିଂ କରିବାକୁ କହି ସାଧାରଣ ହକିପ୍ରେମୀଙ୍କୁ ଭୁଆଁ ବୁଲାଇଛନ୍ତି । ଏପରିକି ୨୦ ତାରିଖରେ ବୁକିଂ କରିବାର ଘୋଷଣା ହୋଇଥିବା ବେଳେ ୧୯ ତାରିଖରେ ଅଧିକାଂଶ ଟିକେଟ୍ ବୁକିଂ ହୋଇଛି ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଥିସହିତ ଏହି ଘଟଣାକୁ ଚପାଇ ଦେବା ପାଇଁ କିଛି ଗଣମାଧ୍ୟମର କଣ୍ଠରୋଧ ମଧ୍ୟ କରାଯାଉଛି

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା