Connect with us

ଆମ ଖବର

ବିଲାତି ବାଇଗଣର ଚମତ୍କାରି ଗୁଣ

ସାଙ୍କେତିକ

ବିଲାତି ବାଇଗଣର ଚମତ୍କାରି ଗୁଣ

ବିଲାତି ବାଇଗଣ ବା ଟମାଟୋ ଏକ ସାଧାରଣ ପରିବା ପରି ମନେହେଉଥିଲେ ମଧ୍ୟ ଏହା ଏକ ଉତ୍ତମ ଚିକିତ୍ସକ ବୋଲି ନିଃସନ୍ଦେହରେ କୁହାଯାଇପାରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଏବଂ ବିଶେଷକରି ଲାଇକୋପିନ୍ରେ ଭରପୂର । ଲାଇକୋପିନ୍ ହିଁ ଟମାଟୋକୁ ଲାଲ୍ ରଙ୍ଗ ଦେଇଥାଏ ତଥା ପ୍ରୋଷ୍ଟେଟ୍ ପରିମାଣରେ ଅଛି । ଉଭୟ ସେଓ ଓ କମଳାରୁ ଯେଉଁ ଲାଭ ମିଳିବ ସେସବୁ କେବଳ ଟମାଟୋରୁ ହିଁ ମିଳିପାରିବ । ପୋଷକତତ୍ତ୍ୱ ସହିତ ଏହାର ଅନ୍ୟାନ୍ୟ ଚିକିତ୍ସକୀୟ ଗୁଣ ବି ରହିଛି । ଶ୍ୱାସରୋଗୀମାନେ ବର୍ଷ ସାରା ଟମାଟୋ ଖାଇବା ଭଲ ।

ନିୟମିତ ଟମାଟୋ ଖାଇଲେ ଶ୍ୱାସନଳୀ ସଂକ୍ରାନ୍ତ ସମସ୍ୟା ଦୂର ହୋଇଥାଏ ବୋଲି ଚିକିତ୍ସକମାନେ ମତ ଦିଅନ୍ତି । କାଶ, କଫରୁ ବି ମୁକ୍ତି ମିଳେ । ବେଶୀ ପାଚିଲା ଟମାଟୋ କ୍ୟାନ୍ସର ହେବାରୁ ଦୂରେଇ ରଖେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ । ଟମାଟୋରେ ଭିଟାମିନ୍-ଏ’ର ମାତ୍ର ୧୨ କ୍ୟାଲୋରୀ ଯୁକ୍ତ । ତେଣୁ ଡାଏଟିଂ କରୁଥିବା ବ୍ୟକ୍ତି ଯଥେଷ୍ଟ ଟମାଟୋ ଖାଇପାରିବେ । ପୁଣି ଟମାଟୋ ଶସରେ କ୍ଷୀର ତଥା ଲେମ୍ବୁରସ ମିଶାଇ ମୁହଁରେ ଲଗାଇଲେ ତ୍ୱଚାରେ ଉଜ୍ଜ୍ୱଳତା ଆସେ ।ଏହା ମୁହଁର ଭାଙ୍ଗ କମ୍ କରିବା ସହିତ ଲୋମଛିଦ୍ର ଆକାର ବଢାଇଥାଏ । ଟମାଟୋ ଓ ମହୁ ମିଶା ଫେସ୍ପ୍ୟାକ୍ ବି ବ୍ୟବହାର କରିପାରିବେ ।

ଖାଇବା ପୂର୍ବରୁ ୨/୩ଟି ପାଚିଲା ଟମାଟୋ କାଟି ସେଥିରେ ଗୋଲମରିଚ ଗୁଣ୍ଡ, କଳାଲୁଣ, ଧନିଆ ପତ୍ର ମିଶାଇ ଖାଆନ୍ତୁ । ମୁହଁ ଉଜ୍ଜ୍ୱଳ ହେବା ସହିତ ପୌରଷତ୍ୱ ବୃଦ୍ଧି ପାଇଁ ଏହା ଖୁବ୍ ଉପଯୋଗୀ । କୃମ ହେଲେ ବି ଟମାଟୋ ଏବଂ ଗୋଲମରିଚ ଗୁଣ୍ଡ ସକାଳୁ ଖାଲିପେଟରେ ଖାଇବା ଲାଭଦାୟକ । ସକାଳ ଜଳଖିଆରେ ଯଦି ଦୁଇଟି ଟମାଟୋ ଖିଆଯାଏ, ତେବେ ଏହା ପୂରାପେଟ ଖାଇବା ସହିତ ସମାନ ହେବ ଏବଂ ଓଜନ ମଧ୍ୟ ବଢିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର