Connect with us

ଦେଶ

ବିରୋଧୀ ମୋ ସରକାର ବିରୁଦ୍ଧରେ ମିଥ୍ୟାପ୍ରଚାର କରୁଛନ୍ତି :- ପ୍ରଧାନମନ୍ତ୍ରୀ ମୋଦି

ସାଙ୍କେତିକ ଚିତ୍ର

ବିରୋଧୀ ମୋ ସରକାର ବିରୁଦ୍ଧରେ ମିଥ୍ୟାପ୍ରଚାର କରୁଛନ୍ତି :- ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିରୋଧୀଙ୍କ ଆକ୍ରମଣରୁ ନିଜକୁ ଓ ସରକାରକୁ ବଞ୍ଚାଇବା ପାଇଁ ଶେଷରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ, ବିଗତ ବର୍ଷ ବର୍ଷ ଧରି କ୍ଷମତାରେ ରହିବା ପରେ ମଧ୍ୟ କଂଗ୍ରେସ ଦେଶର ଯେତିକି ଉନ୍ନତି କରିପାରି ନଥିଲା ବର୍ତ୍ତମାନର ଏନ୍‌ଡିଏ ସରକାର ପାଞ୍ଚ ବର୍ଷରୁ କମ୍‌ ସମୟ ମଧ୍ୟରେ ତା’ଠାରୁ ବହୁଗୁଣ ବିକାଶ କରିଛି । ତେଣୁ, ବିରୋଧୀ ଦଳର ସମସ୍ତ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଫେଲ ଦୁର୍ନୀତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପ୍ରଭୃତି ପ୍ରସଙ୍ଗକୁ କେନ୍ଦ୍ରକରି ଏବେ ଦେଶର ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏକାଠି ହୋଇ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ୨୦୧୯ ନିର୍ବାଚନ ଲଢ଼ିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ରାଫେଲ ଦୁର୍ନୀତି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପ୍ରଭୃତି ପ୍ରସଙ୍ଗରେ ଶାସକ ବିଜେପି ଓ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଦେଶର ସାମ୍ବିଧାନିକ ଅନୁଷ୍ଠାନ ସିବିଆଇ, ଆରବିଆଇ, ସିଭିସି ପରି ଅନୁଷ୍ଠାନ ସବୁକୁ ମୋଦି ନିଜ ନିୟନ୍ତ୍ରଣକୁ ନେଇଯିବା ସହ ରାଫେଲ ବିମାନ ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକାଧିକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି ଆସୁଛନ୍ତି । ଏପରିକି ମୋଦିଙ୍କୁ ଆକ୍ଷେପ କରିବାକୁ ଯାଇ ‘ଚୌକିଦାର ଚୋର ହୈ’ ବୋଲି ସୁଦ୍ଧା କହିବାକୁ କୁଣ୍ଠିତ ହୋଇ ନାହାନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ