Connect with us

ଖେଳ

ବିରାଟ ଓ ଚାନୁଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ l

ସାଙ୍କେତିକ ଚିତ୍ର

ବିରାଟ ଓ ଚାନୁଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ସମ୍ମାନ
ନୂଆଦିଲ୍ଲୀ,୨୫ା୯ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ରାଷ୍ଟ୍ରପତି ଭବନରେ କ୍ରୀଡ଼ାରେ ବିଶେଷ ଯୋଗଦାନ ଦେଇଥିବା ଖେଳାଳିଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଓ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଏହି ସମାରୋହରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ମୀରାବାଇ ଚାନୁଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋହଲି ଓ ଚାନୁଙ୍କୁ ପଦକ ଓ ମାନପତ୍ର ସହିତ ୭.୫ଲକ୍ଷ ଟଙ୍କାର ପୁରସ୍କାର ଦିଆଯାଇଛି । ଏହି ଅବସରରେ କୋହଲି ନିଜର ମା’ ଓ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହିତ ଉପସ୍ଥିତ ଥିଲେ । ଅର୍ଜୁନ ପୁରସ୍କାରରେ ସମ୍ମାନିତ ଖେଳାଳିଙ୍କ ମଧ୍ୟରେ ମହିଳା କ୍ରିକେଟର ସ୍ମୃତି ମାନ୍ଧାତା, ଧାବିକା ହିମା ଦାସ, ଭାଲା ଫିଙ୍ଗାଳି ନୀରଜ ଚୋପ୍ରା, ଟେବୁଲ ଟେନିସ୍ ଖେଳାଳି ମନିକା ବତ୍ରା ସାମିଲ ଥିଲେ ।

ଏହାବ୍ୟତୀତ ରାଷ୍ଟ୍ରପତି କୋବିନ୍ଦ ଭାରତୀୟ ହକି ଖେଳାଳି ମନପ୍ରୀତ ସିଂହ, ସବିତା ପୁନିଆ, ଧାବକ ଜିନସନ ଜନସନ, ମହିଳା ବ୍ୟାଡମିଣ୍ଟନ ଖେଳାଳି ଏନ୍.ସିକ୍ରି ରେଡ୍ଡୀ, ବକ୍ସର ସତୀତ କୁମାର, ଗଲ୍ଫ ଖେଳାଳି ଶୁଭଙ୍କର ଶର୍ମା, ପୋଲୋ ଖେଳାଳି ରବି ରାଠୋର, ସୁଟର ରାହି ସରନୋବତ, ଅଙ୍କୁର ମିତ୍ତଲ, ଶ୍ରେୟସୀ ସିଂହ, ଟେବୁଲ ଟେନିସ ଖେଳାଳି ଜି.ସାଥିଆମ, ଟେନିସ ଷ୍ଟାର ରୋହନ୍ନ ବୋପନ୍ନା, କୁସ୍ତି ସୁମିତ ଓ ବୁଶୁ ଖେଳାଳି ପୂଜା କାଦୟାମଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାସହିତ ରାଷ୍ଟ୍ରପତି କୋବିନ୍ଦ ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହି ସମାରୋହରେ ରାଷ୍ଟ୍ରପତି ସତ୍ୟଦେବ ପ୍ରସାଦ (ତୀରନ୍ଦାଜି), ପୂର୍ବତନ ଭାରତୀୟ ଅଧିନାୟକ ଭାରତ କୁମାର ଛେତ୍ରୀ (ହକି), ବଲି ଏଲୋସିୟସ (ଆଥଲେଟିକ୍ସ), ପୂର୍ବତନ ମଲ୍ଲଯୋଧ୍ୟା ଦାତୁ ଦର୍ତ୍ତାରେଙ୍କୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ତଥା ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ପଦକ ଓ ମାନପତ୍ର ବ୍ୟତୀତ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ