Connect with us

ଅପରାଧ

ବିମାନବନ୍ଦରରୁ ସାଢେ ୫ ଲକ୍ଷ ଟଙ୍କାର ସୁନା ଜବତ

ସାଙ୍କେତିକ ଚିତ୍ର

ବିମାନବନ୍ଦରରୁ ସାଢେ ୫ ଲକ୍ଷ ଟଙ୍କାର ସୁନା ଜବତ
ଭୁବନେଶ୍ୱର :- ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସୋମବାର ପୁଣି ସୁନା ଜବତ ହୋଇଛି । କଷ୍ଟମ୍ସ ବିଭାଗ ବିମାନବନ୍ଦରରୁ ୧୭୦ ଗ୍ରାମ୍ ସୁନା ଜବତ କରିବା ସହ ଜଣକୁ ଅଟକ ରଖିଛି । ତାଙ୍କ ଘର ତାମିଲନାଡୁ ରାମନାଥପୁରମ୍ ଅଂଚଳରେ ବୋଲି ଜଣାପଡିଛି । ଜବତ ସୁନାର ମୂଲ୍ୟ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ । ସେଥିମଧ୍ୟରେ ୨ ଟି ସୁନାର ବାର୍ ରହିଥିବା ବେଳେ ରୂପା ପ୍ରଲେପ ଦିଆ ଏକ ସୁନା ଖଡୁ ମଧ୍ୟ ରହିଛି ।

ସୂଚନା ଅନୁଯାୟୀ କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ଅ।ଣୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା । ତାଙ୍କ ବ୍ୟାଗ୍ ର ତଲାସୀ ନିଆଯାଉଥିବା ବେଳେ ସନ୍ଦେହ ହେବାରୁ ବ୍ୟକ୍ତି ଜଣକ ମଳଦ୍ୱାରରେ ଅଠାଦ୍ୱାରା ସୁନା ଲୁଚାଇ ରଖିଥିବା ଜଣାପଡିଥିଲା । ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ସୁନା ସ୍ମଗଲିଂ କରିବା ଉଦ୍ଦେଶ୍ୟରେ କ୍ୱାଲାଲମ୍ପପୁରରୁ ସୁନା ଅଣାଯାଇଥିବା ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ