Connect with us

ଆଞ୍ଚଳିକ

ବିନା ହେଲ୍‌ମେଟ ସ୍କୁଲରେ ପ୍ରବେଶ ନିଷେଧ l

ବିନା ହେଲ୍‌ମେଟ ସ୍କୁଲରେ ପ୍ରବେଶ ନିଷେଧ l

ଭୁବନେଶ୍ୱର, ୩୦ା୮ – ଛାତ୍ରୀଛାତ୍ର ଏବଂ ଶିକ୍ଷକଶିକ୍ଷୟିତ୍ରୀ ମାନେ ଅଧିକାଂଶ ସମୟରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ଘରୁ ସ୍କୁଲକୁ ବାହାରିବାବେଳେ ସାମାନ୍ୟ ବିଳମ୍ବ ଯୋଗୁ ତରତର ହୋଇ ଆସିଥାନ୍ତି। ଫଳରେ ରାସ୍ତାରେ ବାଇକ୍‌ ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ବିନା ହେଲ୍‌ମେଟରେ କୌଣସି ଶିକ୍ଷକଶିକ୍ଷୟିତ୍ରୀ କିମ୍ବା ଛାତ୍ରଛାତ୍ରୀ ବାଇକ୍‌ ଓ ସ୍କୁଟର ନେଇ ଆସିଲେ ସେମାନଙ୍କୁ ସ୍କୁଲରେ ପ୍ରବେଶ ନିଷେଧ କରାଯିବ। ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେବେ ନାହିଁ ବୋଲି ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ କହିଛନ୍ତି।

ଶିକ୍ଷକମାନେ ଏଣିକି ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନ କରିବେ। ବାଇକ୍‌ ଏବଂ ଚାରି ଚକିଆ ଗାଡି ଚଳାଇବାବେଳେ ହେଲମେଟ୍‌ ଓ ସିଟ୍‌ ବେଲ୍‌ଟ ବ୍ୟବହାର କରିବା ପାଇଁ ପରାମର୍ଶ ଦେବେ। ଜିଲାରେ ଥିବା ପ୍ରତି ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ନେଇ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରିବାକୁ ଖୋର୍ଦ୍ଧା ଜିଲାର ଶିକ୍ଷୟିତ୍ରୀଶିକ୍ଷକ, ବିଇଓ, ସିଆରସିସିମାନଙ୍କୁ ଶତପଥୀ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ