Connect with us

ଓଡିଶା

ବିଜେଡ଼ି ପ୍ରାର୍ଥୀ ତାଲିକାରେ ୧୨ ମହିଳା

ସାଙ୍କେତିକ

ବିଜେଡ଼ି ପ୍ରାର୍ଥୀ ତାଲିକାରେ ୧୨ ମହିଳା
– ୫୪ ପ୍ରାର୍ଥୀଙ୍କ ମଧ୍ୟରେ ୨୬ ନୂଆ ମୁହଁ
ଭୁବନେଶ୍ୱର,୧୮ ମାର୍ଚ୍ଚ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟର କେତେକ ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଘୋଷଣା କରିଥିବା ଦଳୀୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଲୋକସଭା ପ୍ରାର୍ଥନୀ ଏବଂ ନଅ ଜଣ ମହିଳା ପ୍ରାର୍ଥିନୀ ଅନ୍ତର୍ଭୁକ୍ତ ଅଛନ୍ତି । ଲୋକସଭା ପ୍ରାର୍ଥିନୀ ମାନେ ହେଲେ ପ୍ରମିଳା ବିଶୋଇ, ସୁନିତା ବିଶ୍ୱାଳ ଏବଂ କୌଶଲ୍ୟା ହିକକା ଥିବା ବେଳେ ବିଧାନସଭା ମହିଳା ପ୍ରାର୍ଥିନୀ ମାନେ ହେଲେ ପଦ୍ମିନୀ ଦିଆନ, ଉଷା ଦେବୀ, କଲ୍ୟାଣୀ ଗଜପତି, ପୂର୍ଣ୍ଣବାସୀ ନାୟକ, ମଞ୍ଜୁଳା ସ୍ୱାଇଁ, ନନ୍ଦିନୀ ଦେବୀ, ଲତିକା ପ୍ରଧାନ, କେ. କେ. ସୂର୍ଯ୍ୟମଣି ବୈଦ୍ୟ, ସ୍ନେହାଙ୍ଗିନୀ ଛୁରିଆ । ଲୋକସଭାପାଇଁ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥିନୀମାନେ ସମସ୍ତେ ନୂଆ ମୁହଁ ।

ସେହିପରି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ମହିଳା ମାନଙ୍କ ମଧ୍ୟରୁ ନୂତନ ପ୍ରାର୍ଥି ହେଲେ ପଦ୍ମିନୀ ଦିଆନ, କଲ୍ୟାଣୀ ଗଜପତି, ପୂର୍ଣ୍ଣବାସୀ ନାୟକ, ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ, , କେ. କେ. ସୂର୍ଯ୍ୟମଣି ବୈଦ୍ୟ । ଅନ୍ୟପକ୍ଷରେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ରଜ୍ୟର ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ରମେଶ ଚନ୍ଦ୍ର ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ଲାଲ ବିହାରୀ ହିମିରିକା, ପୁଷ୍ପେନ୍ଦ୍ର ସିଂଦେଓ. ରବି ନାରାୟଣ ନନ୍ଦଙ୍କୁ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ପୂର୍ବତନ ମନ୍ତ୍ରୀମାନେ ବର୍ତମାନ ମଧ୍ୟ ବିଧାୟକ ରହିଛନ୍ତି । ପୂର୍ବତନ ରାଜ୍ୟ ସଭା ସାଂସଦ ଭୂପିନ୍ଦ୍ର ସିଂଙ୍କୁ ବିଧାନସଭାରେ ଲଢ଼ିବା ପାଇଁ ଟିକେଟ ଦିଆଯାଇଛି । ବିଧାନସଭା ଆସନ ପାଇଁ ଦିଆଯାଇଥିବା ଟିକେଟ ୫୪ ଜଣଙ୍କ ମଧ୍ୟରୁ ୨୬ ଜଣଙ୍କ ନୂଆ ମୁହଁ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା