Connect with us

ଓଡିଶା

ବିଜେଡ଼ିର ପଦାଧିକାରୀ ଅଦଳବଦଳ

ସାଙ୍କେତିକ

ବିଜେଡ଼ିର ପଦାଧିକାରୀ ଅଦଳବଦଳ
ଭୁବନେଶ୍ୱର:- କ୍ଷମତାସୀନ ବିଜେଡ଼ି ଦଳରେ କେତେକ ପଦାଧିକାରୀ ମାନଙ୍କର ପରିବର୍ତନ ଘଟିଛି । ଦଳର ସାଧାରଣ ସମ୍ପାଦକ ପଦବୀରେ ଥିବା କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଏହି ପଦବୀରୁ ଅବ୍ୟାହତି ଦିଆଯାଇ ତାଙ୍କୁ କଟକ ଜିଲ୍ଲାର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଅନ୍ୟତମ ବରିଷ୍ଠ ନେତା ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଭାରପ୍ରାପ୍ତ ଭାବେ ରଖାଯାଇଛି । ଏହା ବ୍ୟତୀତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ଉପସଭାପତି ଭାବେ ଏବଂ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

କେନ୍ଦୁଝର ଜିଲ୍ଲାର ସଭାପତି ଆଶିଷ ଚକ୍ରବର୍ତୀଙ୍କୁ ଏହି ପଦବୀରୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ବିମ୍ବାଧର ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ସମ୍ବଲପୁର ସଭାପତି ପଦବୀରେ ଥିବା ପ୍ରମୋଦ ରଥଙ୍କୁ ହଟାଇ ଦିଆଯାଇଛି । ଦଳର ମୁଖପାତ୍ର ତଥା ରାଜ୍ୟ ସଭା ଏମ.ପି. ପ୍ରତାପ ଦେବଙ୍କୁ ବିରୋଧ କରିବା ଦ୍ୱାରା ତାଙ୍କୁ ଏହା ମହଙ୍ଗା ପଡ଼ିଛି । ଦଳର ଅନ୍ୟତମ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ବ୍ୟାପାରର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା