Connect with us

ଦେଶ

ବିଜେପି ବିଧାୟକ ମୃତ, ୪ ଯବାନ ସହିଦ୍

ସାଙ୍କେତିକ

ଦନ୍ତେୱାଡ଼ାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
ଭ୍ୟାନ୍ ଉଡାଇଲେ ନକ୍ସଲ
ବିଜେପି ବିଧାୟକ ମୃତ, ୪ ଯବାନ ସହିଦ୍
ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରୀ
ମାଲକାନଗିରି, ୯ ଅପ୍ରେଲ – ଆଜି ଅପରାହ୍ନରେ ସୀମାନ୍ତ ଛତିଶଗଡ଼ ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର ସାରି ଫେରୁଥିବା ବେଳେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡିକୁ ଉଡାଇ ଦେଇଛନ୍ତି । ଏହି ବିସ୍ଫୋରଣରେ ଗାଡିରେ ଥିବା ଶ୍ରୀ ମାଣ୍ଡଭିଙ୍କ ସମେତ ୪ ଜଣ ଯବାନ ସହିଦ୍ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରଦାର୍ ଥିଲା ଯେ ଗାଡିଟି ଘଟଣାସ୍ଥଳ ଠାରୁ ଅନତି ଦୂରରେ ଛିଟିକି ପଡିଥିବା ଦେଖିବାକୁ ମିଳିଥିଲା ।

ପ୍ରାପ୍ତ ସୂଚନା ମୁତାବକ, ଛତିଶଗଡ଼ ରାଜ୍ୟ ବସ୍ତର ଅଂଚଳର ଏକ ମାତ୍ର ବିଜେପି ବିଧାୟକ ଭୀମା ମାଣ୍ଡଭି ଦନ୍ତେୱାଡ଼ା ଜିଲ୍ଲା କୁଆକୋଣ୍ଡା ଥାନା ଅଂଚଳରେ ବିଭିନ୍ନ ଗ୍ରାମରେ ଦଳୀୟ ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସାରି ଫେରୁଥିବା ବେଳେ ନକୁଲନାର ଓ ବଚେଲି ରାସ୍ତାରେ ମାଓବାଦୀ ମାନେ ଶ୍ୟାମଗିରି ଠାରେ ବିଧାୟକଙ୍କ ଗାଡିକୁ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ବିସ୍ଫୋରଣରେ ବିଧାୟକ ଶ୍ରୀ ମାଣ୍ଡଭିଙ୍କ ସହ ତାଙ୍କର ୩ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) ଓ ଗାଡିର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ କୁଆକୋଣ୍ଡାରୁ ସିଆରପିଏଫ ଯବାନ ମାନେ ସେଠାରେ ପହଂଚି ସର୍ଚ୍ଚ ଅପରେସନ ଚଳାଇଥିବା ସହ ମୃତ ବିଧାୟକ ଓ ସହିଦ୍ ୪ ଯବାନଙ୍କ ମରଶରୀରକୁ ଉଦ୍ଧାର କରିଥିବା ଏସପି ଅଭିଶେକ ପଲ୍ଲବ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉକି, ଗତ ୨୦୧୪ ନିର୍ବାଚନ ବେଳେ ଏହି ରାସ୍ତାରେ ମାଓବାଦୀଙ୍କ ଆକ୍ରମଣରେ ଟି.ଆର. ବିବେକ ଶୁକ୍ଲାଙ୍କ ସମେତ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଆଜି ଏଭଳି ଏକ ଦୁଃଖଦ ଘଟଣା ପରେ ମାଲକାନଗିରି ସୀମାରେ ହାଇ ଆଲର୍ଟ ଜାରୀ କରାଯାଇଛି । ରାତିରେ ପ୍ରାର୍ଥୀମାନଙ୍କୁ ନବୁଲିବାକୁ ରାଜ୍ୟ ପୋଲିସ ଡ଼ିଜି ଇନଚାର୍ଜ ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ନିଜ ଆଡୁ ସେମାନେ ସତର୍କ ରହିବାକୁ ଶ୍ରୀ ଶର୍ମା ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ