Connect with us

ଅପରାଧ

ବିଜେପି ଦେଖାଇଥିବା ଗୁଇନ୍ଦା ଚିଠି ମିଛ , ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବ ବିଜେଡି

ସାଙ୍କେତିକ

ବିଜେପି ଦେଖାଇଥିବା ଗୁଇନ୍ଦା ଚିଠି ମିଛ , ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବ ବିଜେଡି
ଭୁବନେଶ୍ୱର,୧୯ ମାର୍ଚ୍ଚ – ଗତକାଲି ବିଜେପି ଉପସ୍ଥାପନ କରିଥିବା ଗୁଇନ୍ଦା ଚିଠି ସମ୍ପୂର୍ଣ୍ଣ ମିଥ୍ୟା । ଚିଠିରେ ଥିବା ପଲିଟିକାଲ ଡେସ୍କ ଓଡିଶାରେ ନାହିଁ । ଏହା ବିରୁଦ୍ଧରେ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ବିଜେଡି ଫେରାଦ ହେବ ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିବ । ଲୋକମତକୁ ବିଭ୍ରାନ୍ତ କରିବାପାଇଁ ବିଜେପି ଏଭଳି ହିନ କାର୍ଯ୍ୟ କରିଛି । ଏହା ପୂର୍ବରୁ କର୍ଣ୍ଣାଟକରେ ବିଜେପି ଏଭଳି ମିଥ୍ୟା ଅଭିଯୋଗ ଆଣିଥିଲା ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସୂଚନାଯୋଗ୍ୟଯେ ବିଜେପି ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠିକୁ ପ୍ରଦର୍ଶନ କରାଯାଇଥିଲା । ଗଂଜାମ ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିିତିଭୂମିର ବିକାଶ ହୋଇପାରି ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏଠୁ ଲଢିବା ଉଚିତ ନୁହେଁ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଜାଣିଶୁଣି ଆଉ ଏକ ସିଟ୍ ବିଜେପୁର ଆସନରୁ ଲଢିବାକୁ ନିଷ୍ପତି ନେଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷରେ ପୋଲିସ୍ ଡିଜି ଟ୍ୱିଟ୍ କରି ଚିଠିକୁ ନକଲି ଦର୍ଶାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ