Connect with us

ଦେଶ

ବିଜେପିର ରଥଯାତ୍ରାକୁ ସୁପ୍ରିମକୋର୍ଟର ନା’

ସାଙ୍କେତିକ

ବିଜେପିର ରଥଯାତ୍ରାକୁ ସୁପ୍ରିମକୋର୍ଟର ନା’
ନୂଆଦିଲ୍ଲୀ,୧୫ା୧ : ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ବାରଣ ଲଗାଇ ଦେଇଛନ୍ତି । ବର୍ତ୍ତମାନ ସମୟରେ ବିଜେପି ପଶ୍ଚିମବଙ୍ଗରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି । ଏଥିସହ ଜଷ୍ଟିସ୍ ଗୋଗୋଇ ବିଜେପିକୁ ନିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବା ସହ ମମତା ବାନାର୍ଜୀ ସରକାରଙ୍କ ଠାରୁ ପୁଣିଥରେ ରଥଯାତ୍ରା ପାଇଁ ଅନୁମତି ଲୋଡୁ ବୋଲି କହିଛନ୍ତି । ତେବେ ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ଚାହିଁଲେ ଶୋଭାଯାତ୍ରା ଓ ସାଧାରଣ ସଭା କରିପାରିବ ବୋଲି ଜଷ୍ଟିସ୍ ଗୋଗୋଇ କହିଛନ୍ତି ।

ବେଙ୍ଗଲ ସରକାରଙ୍କ କହିବା କଥା ଯେ, ବିଜେପି ଯେଉଁ ଅଞ୍ଚଳରେ ରଥଯାତ୍ରା କରିବାକୁ ଚାହୁଁଛି, ସେଠାରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ମିଳି ନଥିଲା । ଏହା ଉପରେ ନିଜର ମତ ରଖି ବିଜେପି ଯୁକ୍ତି କରିଥିଲା ଯେ, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସମସ୍ତଙ୍କର ଶୋଭାଯାତ୍ରା ଓ ରଥଯାତ୍ରା କରିବାର ଅଧିକାର ରହିଛି । କୋର୍ଟ ଉଭୟଙ୍କ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବର୍ତ୍ତମାନ ସମୟରେ ରଥଯାତ୍ରା ସମ୍ଭବ ନୁହେଁ ବୋଲି କହିଥିଲେ । କିନ୍ତୁ ବେଙ୍ଗଲ ସରକାର ମୌଳିକ ବାକ୍ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ବିଜେପିର ସଂଶୋଧିତ କାର୍ଯ୍ୟସୂଚୀକୁ ସମୀକ୍ଷା କରି ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଏହାପୂର୍ବରୁ କୋଲକାତା ହାଇକୋର୍ଟର ଗୋଟିଏ ବେଞ୍ଚ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ହେଁ ଅନ୍ୟ ଏକ ବେଞ୍ଚ ଏହାକୁ ଖାରଜ କରି ଦେଇଥିଲେ । ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ