Connect with us

ଆଞ୍ଚଳିକ

ବିଜେଡିରେ ଯୋଗଦେବା ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ନବ

ସାଙ୍କେତିକ

ବିଜେଡିରେ ଯୋଗଦେବା ପରେ ବିଧାୟକ ପଦରୁ ଇସ୍ତଫା ଦେଲେ ନବ
ଝାରସୁଗୁଡା,୨୪ା୧ : ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଝାରସୁଗୁଡା ବିଧାୟକ ନବ ଦାସ ଗୁରୁବାର ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ଏହାର କିଛି ସମୟ ପରେ ସେ ଝାରସୁଗୁଡା ବିଧାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ଝାରସୁଗୁଡା ଗସ୍ତରେ ଆସିଥିବା ବେଳେ ଅମଲିପାଲ୍ଲୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ବିଜେଡିରେ ଯୋଗ ଦେଇଛନ୍ତି । ଏଥିସହିତ ୫ ବ୍ଲକ ଚେୟାରମ୍ୟାନ୍ ଓ ୮ ଜିଲ୍ଲା ପରିଷଦ ମଧ୍ୟ ବିଜେଡିରେ ମିଶିଛନ୍ତି ।

ଦଳରେ ଯୋଗଦେବା ପରେ ନବ ଦାସ କହିଛନ୍ତି, ଲୋକାଭିମୁଖୀ କାର୍ଯ୍ୟ ପାଇଁ ମୁଁ ବିଜେଡିକୁ ପସନ୍ଦ କରିଛି ଓ ଝାରସୁଗୁଡାର ଉନ୍ନତି ପାଇଁ ବିଜେଡିରେ ସାମିଲ ହେଲି । ଝାରସୁଗୁଡାର ଉନ୍ନତି ପାଇଁ ମୁଁ ଅଙ୍ଗୀକାରବଦ୍ଧ । ଗୁରୁବାର ବିଜେଡିରେ ଯୋଗଦେବା ପରେ ନବ ଦାସ ତାଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥିସହିତ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି । ଅନ୍ୟପକ୍ଷରେ ନବଙ୍କ ବିଜେଡିରେ ମିଶିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ନବଙ୍କ ବିଜେଡିରେ ମିଶିବା କଂଗ୍ରେସକୁ ପ୍ରଭାବିତ କରିବ ନାହିଁ । ପଶ୍ଚିମ ଓଡ଼ିଶାରେ ବିଜେଡି ନିଜକୁ ଦୁର୍ଭଳ ଭାବୁଛି । ହେଲେ ଆମେ ନେତାଙ୍କୁ ନେବା ବିଜେଡିର ସବଳତା ନୁହେଁ ।

ସୂଚନାଥାଉ କି, ଗତ ଜାନୁଆରୀ ୧୬ ତାରିଖରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ନବ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ, ସେ ବିଜେଡିରେ ମିଶିବେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ