Connect with us

ଓଡିଶା

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ
ଭୁବନେଶ୍ୱର,୧୬ ମାର୍ଚ୍ଚ – ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତିି । ସେ ନିଜର ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁଁ ସେ ବିଜେଡିରୁ ଇସ୍ତଫା ଦେଉଥିବା ସେ ନିଜ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ସେ ଭୁବନେଶ୍ୱରରୁ ବିଜେଡି କର୍ପୋରେଟ୍ର ଭାବେ ନିର୍ବାଚିତ ହୋଇଥିଲେ ।
ବିଜେଡିରୁ ବାହାରିବା ପରେ ଡା. ରାଉତ ଗତ ୨ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ତାଙ୍କ ପୁଅ ସମ୍ବିତ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ରହିଛନ୍ତି । ଏଭଳି ସ୍ଥିତିରେ ଝିଅ ପ୍ରୀତିନନ୍ଦ ବିଜେଡି ଛାଡିଛନ୍ତି । ସେ ବି ବାପାଙ୍କୁ ଅନୁସରଣ କରି ବିଜେପିରେ ଯାଇପାରନ୍ତି ବୋଲି ଆଲୋଚନା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା