Connect with us

ଦେଶ

ବିଏସ୍‌ ୟଦିରୁପ୍ପା ହେଲିକେପ୍ଟରରେ ଚଢ଼ୁଥିବା ବେଳେ ନିର୍ବାଚନ କମିଶନଙ୍କ ଚଢ଼ାଉ

ସାଙ୍କେତିକ

ବିଏସ୍‌ ୟଦିରୁପ୍ପା ହେଲିକେପ୍ଟରରେ ଚଢ଼ୁଥିବା ବେଳେ ନିର୍ବାଚନ କମିଶନଙ୍କ ଚଢ଼ାଉ
ବାଙ୍ଗାଲୁରୁ ,୧୬।୪: ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ସବୁ ସ୍ଥାନରେ ଅଚାନକ ଚଢ଼ାଉ ଜାରି ରଖିଛନ୍ତି । ଏହି ଶୃଙ୍ଖଳାରେ ମଙ୍ଗଳବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍ବାଡ ଟିମ୍‌ ଶିଭମ୍‌ଗଗା ହେଲିପ୍ୟାଡ ଉପରେ ଅଚାନକ୍‌ ଚଢ଼ାଉ କରିଥିଲା । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟଦିରୁପ୍ପା ହେଲିକେପ୍ଟରରେ ଚଢ଼ୁଥିବା ବେଳେ କମିଶନଙ୍କ ଫ୍ଲାଇଂ ସ୍ବାଡ ଟିମ୍‌ ପହଞ୍ଚି ତାଙ୍କର ସାମାନକୁ ଯାଞ୍ଚ କରିଥିଲା । ନିର୍ବାଚନ ସମୟରେ ନେତାଙ୍କ ଠାରୁ ମିଳୁଥିବା ଅବୈଧ ଟଙ୍କା ଯୋଗୁ ସେମାନଙ୍କ ଉପରେ କଡ଼ା ନଜର ରଖିଛି ନିର୍ବାଚନ ଆୟୋଗ । ଏହାସହିତ ମଙ୍ଗଳବାର ଦିନ ଅପରାଁହ୍ନରେ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନିର୍ବାଚନୀ ପ୍ରଚାର ଶେଷ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ