Connect with us

ଆଞ୍ଚଳିକ

ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ସାଙ୍କେତିକ

ବାଳିକା ଆତ୍ମ ସୁରକ୍ଷା ଶିବିର ଉଦଯାପିତ
କୋରେଇ – ପାଣିକୋଇଲିସ୍ଥିତ ମା ତାରିଣୀ ମହାବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ଶିବିର ଗତ ୨ ତାରିଖରୁ ଉଦ୍ଘାଟିତ ହୋଇଥିବାବେଳେ ଆଜି ଉଦଯାପିତ ହୋଇଛି । ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ସଭାରେ ମୁଖ୍ୟ ଅତିଥିଭାବେ +୨ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାର୍ଥସାରଥି ବିଶ୍ୱାଳ ଯୋଗଦେଇ ବାଳିକା ମାନେ ଆତ୍ମ ସୁରକ୍ଷା ଦିଗରେ ଯତ୍ନବାନ ହେବା ସହ ବିଭିନ୍ନ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥବଭାବେ ଅଧାପକ ଡଃ ପ୍ରତାପ ଚନ୍ଦ୍ର ତ୍ରୀପାଠୀ, ସୁଧିର କୁମାର ଦାସ, ସମରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ । +୩ର ସଂଯୋଜକ ଡଃ ଚନ୍ଦ୍ରକାନ୍ତ ମହାନ୍ତି ଓ +୨ର ସଂଯୋଜକ ଗୌରହରି ମହାପାତ୍ର ଛାତ୍ରୀମାନଙ୍କୁ ଦିଆଯାଇଥିବା କୌଶଳକୁ କାର୍ଯ୍ୟରେ ଲଗାଇବା ଆବଶ୍ୟକ ବୋଲି ମତ ଦେଇଥିଲେ ।

ଉକ୍ତସଭାରେ ଅଧ୍ୟାପକ/ଅଧ୍ୟାପିକା ପାର୍ବତୀ ନାଥ, ବସନ୍ତ ମଂଜରୀ ସାହୁ, ମଦନ ମୋହନ ପାତ୍ର, କୈଳାସ ମହାପାତ୍ର, ସୋମନାତ ପତି, ବଳରାମ ପଣ୍ଡା, କଲ୍ୟାଣୀ ସାମଲ, ତୁଷାର ପୁହାଣ, ଶିଶିର ଶତପଥି, ସୁଶାନ୍ତ ପଣ୍ଡା, ପ୍ରଭାମୟୀ ସାମଲ, ସତ୍ୟବ୍ରତ ଦାସ, ସୁଶ୍ରୀ ସଙ୍ଗିତା ନନ୍ଦ, ସୌମ୍ୟ ବିଶ୍ୱାଳ, ଶାନ୍ତନୁ କୁମାର ପହି, ମଧୁସୂଦନ ପଣ୍ଡା, ମହେଶ୍ୱର ସେଠୀ, ଅଲେଖ ଚନ୍ଦ୍ର ସାହୁ, ଗୟାଧର ଧଳ, ବିପିନ ବିହାରୀ ଦାସ, ରମେଶ ମହାକୁଡ, ନୟନ୍ତୀ ଖଣ୍ଡାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସନ୍ତୋଷରାଣୀ ପଣ୍ଡା, ଶୁଭଶ୍ରୀ ମହାନ୍ତି, ପୁଷ୍ପଲତା ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିବାବେଳେ ଅଧ୍ୟାପକ ମଦନମୋହନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ