Connect with us

ଖେଳ

ବାଲେଶ୍ୱରକୁ ହରାଇ ଫାଇନାଲ୍ରେ ବ୍ରହ୍ମପୁର

ସାଙ୍କେତିକ

ରାଜ୍ୟସ୍ତରୀୟ ହିଙ୍ଗୁଳା କପ୍- ୨୦୧୯
ବାଲେଶ୍ୱରକୁ ହରାଇ ଫାଇନାଲ୍ରେ ବ୍ରହ୍ମପୁର
କୋରେଇ :- ତରାପୁର ସ୍ଥିତ ଆଂଚଳିକ ଯୁବ ପରିଷଦ ଆନୁକୁଲ୍ୟରେ ତରାପୁର ଖେଳ ପଡିଆରେ ଚାଲିଥିବା ୨୧ ତମ ମା’ ହିଙ୍ଗୁଳା କପର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି ବାଲେଶ୍ୱରର ୟୁ ଆଣ୍ଡ ମି ଦଳକୁ ହରାଇ ବ୍ରହ୍ମପୁରର ୟୁନାଇଟେଡ଼ ସ୍ପୋଟିଂ ପ୍ରଥମ ଦଳଭାବେ ଫାଇନାଲରେ ପ୍ରବେଶ କରିଛି । ୟୁ ୍ରଣ୍ଡେ ମି ଦଳ ଟସ୍ ଜିତି ପ୍ରଥମେ ଫିଲଡିଙ୍ଗ କରିବାର ନିଷ୍ପିତି ନେଇଥିବା ବେଳେ ୟୁନାଇଟେଡ଼ ଦଳ ୨୩.୩ ଉଭରରେ ସମସ୍ତ ଉଇକେଟ୍ ହରାଇ ୧୨୬ ରନ୍ କରିଥିଲା ।

ଦଳ ପକ୍ଷରୁ ବିଶାଲ ଦାସ ୨୯ ବଲର ସମ୍ମୁଖିନ ହୋଇ ମୋଟ ୩ଟି ଛକା ଓ ୨ଟି ଚଉକା ବଳରେ ସର୍ବାଧିକ ୩୯ ରନ୍ କରିଥିବା ବେଳେ ଦେବାଶିଷ ମହାନ୍ତି ୨୩ଟି ବଲ ସମ୍ମୁଖିନ ହୋଇ ୨୧ ରନ୍ କରିଥ୍ିଲେ । ଜବାବରେ ବ୍ରହ୍ମପୁର ଦଳ ୧୮ ଉଭରରେ ୬ଟି ଉଇକେଟ୍ ହରାଇ ଧାର୍ଯ୍ୟଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ସନ୍ତୋଷ ସେଠୀ ୩୭ଟି ବଲ୍ର ସମ୍ମୁଖିନ ହୋଇ ସର୍ବାଧିକ ୩୬ ରନ୍ ସଂଗ୍ରହ କରିଥିବା ବେଳେ ଆଇଏସ୍ ଗିରି ୧୬ଟି ବଲର ସମ୍ମୁଖିନ ହୋଇ ୩୦ ରନ୍ ସଂଗ୍ରହ କରିଥିଲେ । ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଯୁବ ସମାଜସେବୀ ରାଜେନ୍ଦ୍ର ସ୍ୱାଇଁ ଯୋଗଦେଇ ବ୍ରହ୍ମପୁର ଦଳର ସନ୍ତୋଷ କୁମାର ସେଠୀଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ ।

ଅମ୍ପାୟାର ଭାବେ ଛାୟାକାନ୍ତ ଦ୍ୱିବେଦୀ ଓ ଦୁର୍ଗା ମିଶ୍ର ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଜିତେନ୍ଦ୍ର ଦାସ୍ ଓ ଅମିୟ ବିଶ୍ୱାଳ ସହଯୋଗ କରିଥିଲେ । ଖେଳ ପରିଚାଳନାରେ ଆଂଚଳିକ ଯୁବ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଆସନ୍ତକାଲି ତୃତିୟ କ୍ୱାଟର୍ର ଫାଇନାଲ ଭୁବନେଶ୍ୱରର ପ୍ରଗତି ସ୍ପୋଟିଂ ଏବଂ ପୁରୀର ମହାବୀର ସ୍ପୋଟିଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଦଳର ସଭାପତି ତ୍ରିନୟନ ରଥ ଓ ସମ୍ପାଦକ ଅଞ୍ଜନ ସମାଲ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ