Connect with us

ଅପରାଧ

ବାତ୍ୟା ଆଶ୍ରୟସ୍ଥଳି ଭଙ୍ଗା କବାଟ, ଝରକା ଗାୟବକୁ ନେଇ ଅଭିଯୋଗ

ସାଙ୍କେତିକ ଚିତ୍ର

ବାତ୍ୟା ଆଶ୍ରୟସ୍ଥଳି ଭଙ୍ଗା କବାଟ, ଝରକା ଗାୟବକୁ ନେଇ ଅଭିଯୋଗ
କେନ୍ଦ୍ରାପଡ଼ା :- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତ ମର୍ଡରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଭଙ୍ଗାଯାଇ କବାଟ ଝରକା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଏହି ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଅଭିଯୋଗ ମୁତାବକ ଏହି ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୯୯୯ ମହାବାତ୍ୟା ପରେ ବାତ୍ୟା ଆଶ୍ରୟସ୍ଥଳି ନିର୍ମାଣ କରାଯାଇଥିଲା ।

ଏହାର ମରାମତି ଆବଶ୍ୟକ ଥିବାବେଳେ ତାହା କରାନଯାଇ ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀଙ୍କ ଅଗୋଚରରେ ଏହି ଘର ଭଙ୍ଗାଯାଇଥିଲା । ସେଥିରେ ଲାଗିଥିବା ତିନୋଟି କବାଟ ଓ ଦୁଇଟି ଝରକା ସ୍କୁଲରେ ନଥିବାବେଳେ ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ଏ ବିଷୟରେ ଜାଣିନାହାଁନ୍ତି ବୋଲି କହିଥିଲେ । ତେଣୁ ଏହାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।

କାହା ଆଦେଶରେ ଏହି ଘର ଭଙ୍ଗାଗଲା ଓ କବାଟ ଝରକା ବିକ୍ରି କରାଗଲା ସେ ନେଇ ସଦସ୍ୟମାନେ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ କଳ୍ପନା ମଲ୍ଲିକ, ପ୍ରତିମା ସିଂହ, ତମିଲ ଲୋଚନ ସିଂହ, ମମତା ନାୟକ, କାର୍ତିକ ଚରଣ ସାହୁ, ଶ୍ରିଧର ସିଂହ, ନିର୍ମଳ ସେଠୀ ପ୍ରମୁଖ କମିଟିର ସଦସ୍ୟ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ