Connect with us

ଅପରାଧ

ବାଘ ଚମଡା ସହ ତିନି ଅଭିଯୁକ୍ତ ଗିରଫ

ସାଙ୍କେତିକ

ବାଘ ଚମଡା ସହ ତିନି ଅଭିଯୁକ୍ତ ଗିରଫ
ବାରିପଦା,୨୫ ମାର୍ଚ୍ଚ – ମୟୁରଭଞ ଜିଲା କରଂଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଂଜ ଟାଟୋ ସେକସନ ପୁରୁଣାପାଣି ବିଟ କଙ୍କଡା ଗ୍ରାମଠାରେ ଗତକାଲି ରାତ୍ରୀରେ ବନବିଭାଗ କୋଣସି ସୂତ୍ରରୁ ଖବରପାଇ ଚଡାଉ କରି ଗୋଟିଏ ବାଘ ଚମଡା ସହ ତିନିଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି । ଏହାସହ ଆସାମୀ ମାନଙ୍କ ପାଖରୁ ଏକ ହିରୋହଣ୍ଡା ମଟର ସାଇକେଲ ମଧ୍ୟ ଜବତ କରାଯାଇଅଛି । ଅଭିଯୁକ୍ତମାନେ ଉକ୍ତ ଅଞ୍ଚଳର ବୋଲି ଜଣାପଡିଅଛି । ଏମାନେ ପୂର୍ବରୁ ମଧ୍ୟ ଏହିସବୁ କାରବାର ରେ ଲିପ୍ତଥିବାବେଳେ ଏମାନେ ସମସ୍ତେ ଜଣେ ଜଣେ ସକ୍ରୀୟ ଜଙ୍ଗଲ ମାଫିଆ ବୋଲି ବନବିଭାଗ ପ୍ରକାଶ କରିଅଛି । ଏହି ଚଢାଉରେ କରଞିଆ ଡିଭିଜନ ଏସିଏଫ ବଟକୃଷ୍ନ ପାଢୀ ଙ୍କ ନେତୃତ୍ୱରେ ଅନ୍ୟ ବନକର୍ମଚାରୀମାନେ ସାମିଲଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ