Connect with us

ଖେଳ

ବାଂଲାଦେଶକୁ ୩ ଓ୍ଵିକେଟରେ ହରାଇ ସପ୍ତମ ଥର ପାଇଁ ଚାମ୍ପିଅନ ହେଲା ଭାରତ

ସାଙ୍କେତିକ ଚିତ୍ର

ଦୁବାଇ: ଏସିଆ କପରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ୩ ଓ୍ଵିକେଟରେ ବାଂଲାଦେଶକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ଦ୍ୱିତୀୟ ଇନିଂସରେ ୨୨୩ ରନ୍‌ ଲକ୍ଷ୍ୟ ନେଇ ଭାରତ ୫୦ ଓଭରରେ ୭ ଓ୍ଵକେଟ ହରାଇ ୨୨୩ ରନ ସଂଗ୍ରହ କରିଛି । ଏସିଆ କପ୍‌ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଶିଖର ଧାଓ୍ଵନ ୧୪ଟି ବଲରୁ ୩ଟି ଚୌକା ସହିତ ୧୫ ରନ୍‌ କରିଥିଲେ । ନାଜମୁଲ ଇସଲାମଙ୍କ ବଲରେ ସୌମ୍ୟ ସରକାରଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ । ସ୍କୋର ୩୫ ରନ୍‌ରେ ପ୍ରଥମ ଓ୍ଵିକେଟ ପଡିଥିବାବେଳେ ୪୬ ରନ୍‌ରେ ଭାରତ ୨ୟ ଓ୍ଵିକେଟ ଭାବରେ ଅମ୍ବାତି ରାୟଡୁ(୨)ଙ୍କୁ ହରାଇଥିଲା । ରାୟଡୁ ମୋର୍ତ୍ତାଜାଙ୍କ ବଲ ରହିମଙ୍କୁ କ୍ୟାଚ ଦେଇଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା(୪୮) ବାଂଲାଦେଶର ୩ୟ ଶିକାର ହୋଇଥିଲେ । ସେ ରୁବେଲ ହାସନଙ୍କ ବଲ ନିଜାମୁଲ ଇସଲାମଙ୍କୁ କ୍ୟାଚ ଦେଇଥିଲେ । ୩ୟ ଓ୍ଵିକେଟ ଭାବରେ ଭାରତ ଦିନେଶ କାର୍ତ୍ତିକ(୩୭) ଓ ୧୬୦ ରନ୍‌ରେ ମହେନ୍ଦ୍ର ସିଂହ ଧୋନି(୩୬)ଙ୍କୁ ହରାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ