Connect with us

ଅପରାଧ

ବସ୍ ପୋଡିଲେ ମାଓବାଦୀ

ସାଙ୍କେତିକ

ବସ୍ ପୋଡିଲେ ମାଓବାଦୀ
ମାଲକାନଗିରି ,୧୬ା୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀମାନେ ଏକ ବସ୍ ପୋଡି ଦେଇଛନ୍ତି । ଏହି ଜିଲ୍ଲାର ଗିଦମ ଥାନା ଅନ୍ତର୍ଗତ କାସୋଲି ସିଏଏଫ୍ କ୍ୟାମ୍ପ୍ ଠାରୁ ୧ କିମି ଦୂୂର କାସୋଲି-ଛିଦନାର ରାସ୍ତା ମଝିରେ ବୁଧବାର ସକାଳୁ ମାଓବାଦୀମାନେ ଏକ ଘରୋଇ ଯାତ୍ରୀବାହୀ ବସ୍ ରୁ ଯାତ୍ରୀମାନଙ୍କୁ ଓହ୍ଲାଇ ସେଥିରେ ନିଆଁ ଲଗାଇଦେଇଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପୋଡି ଯାଇଥିବା ବସ୍ ଟି ପଂଚାୟତ ସଦସ୍ୟ ଚେତରାମ ଆଟାମିରଙ୍କର ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ