Connect with us

ମନୋରଞ୍ଜନ

ବଲିଉଡ ଇତିହାସରେ ପ୍ରଥମ

ସାଙ୍କେତିକ

ବଲିଉଡ ଇତିହାସରେ ପ୍ରଥମ
ଭୋର ୪.୧୫ରେ ମୁକ୍ତିଲାଭ କରିବ ‘ଠାକରେ’
ମୁମ୍ବାଇ,୨୩ା୧ : ବଲିଉଡ ଇତିହାସରେ ପ୍ରଥମଥର ପାଇଁ କୌଣସି ଚଳଚ୍ଚିତ୍ର ଭୋର ୪.୧୫ ସମୟରେ ମୁକ୍ତିଲାଭ କରିବାକୁ ଯାଉଛି । ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଠାକରେ’ ୨୫ ଜାନୁଆରୀ ଭୋର ୪.୧୫ ସମୟରେ ମୁକ୍ତିଲାଭ ହେବ । ପୂର୍ବରୁ ଚଳଚ୍ଚିତ୍ରକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଆଇମ୍ୟାକ୍ସ ୱାଡଲାରେ ଚଳଚ୍ଚିତ୍ରର ପ୍ରଥମ ଦିନର ପ୍ରଥମ ଶୋ’ ମୁକ୍ତିଲାଭର ସମୟ ଭୋର ୪.୧୫ ରଖାଯାଇଛି । ପ୍ରେକ୍ଷାଳୟର ମାଲିକଙ୍କ କହିବା ଅନୁସାରେ ‘ବାଲ ଠାକରେଙ୍କୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନବାଚୀ ରହିଛି । ଲୋକେ ତାଙ୍କ ଜୀବନ କାହାଣୀ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ତାଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଓ ମହାରାଷ୍ଟ୍ରରେ ଚଳଚ୍ଚିତ୍ରର ଖୁବ୍ ଚାହିଦା ମଧ୍ୟ ରହିଛି । ତେଣୁ ମୁକ୍ତିଲାଭର ସମୟ ଏପରି ରଖାଯାଇଛି’ । ଚଳଚ୍ଚିତ୍ରରେ ନବାଜୁଦ୍ଦିନ ସିଦ୍ଦିକୀ ବାଲ୍ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ପରେ ଦର୍ଶକ ଚଳଚ୍ଚିତ୍ରକୁ ନେଇ ଉତ୍ସାହିତ ଥିବା ଜଣାପଡିଛି ଓ ଏହାକୁ ଦେଖି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ସୂଚନାଥାଉ କି, କୌଣସି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଶୋ’ର ସମୟ ସାଧାରଣତଃ ସକାଳ ୭ଟା ହୋଇଥାଏ । ହେଲେ ପୂର୍ବରୁ ଦକ୍ଷିଣ ଭାରତୀୟ ଅଭିନେତା ରଜନୀକାନ୍ତଙ୍କ କିଛି ଚଳଚ୍ଚିତ୍ର ଭୋର ୪ଟାରେ ମୁକ୍ତିଲାଭ କରାଯାଇଛି । ତେବେ ବଲିଉଡ୍ରେ କୌଣସି ଚଳଚ୍ଚିତ୍ର ଏତେ ସକାଳୁ ମୁକ୍ତିଲାଭ କରିବା ଐତିହାସିକ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ