Connect with us

ଦେଶ

ବର୍ମା, ଆସ୍ଥାନା ବିରାଡି ପରି କଳି କରୁଥିଲେ

ସାଙ୍କେତିକ ଚିତ୍ର

ବର୍ମା, ଆସ୍ଥାନା ବିରାଡି ପରି କଳି କରୁଥିଲେ
ନୂଆଦିଲ୍ଲୀ,୫ା୧୨ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଦାୟିତ୍ୱମୁକ୍ତ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଛୁଟିରେ ପଠାଯିବା ବିରୋଧରେ ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ, ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ମଧ୍ୟରେ ଲଢ଼େଇ ସର୍ବସମ୍ମୁଖକୁ ଚାଲି ଆସିଥିଲା । ଉଭୟ ନିର୍ଦ୍ଦେଶକ ପରସ୍ପର ମଧ୍ୟରେ ବିରାଡି ପରି ଲଢ଼ୁଥିଲେ । ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତିତ ଥିଲେ । ଏହି କ୍ଷେତ୍ରରେ ସରକାର ଓ କେନ୍ଦ୍ର ସତର୍କତା ଆୟୋଗ (ସିବିସି)କୁ ନିଷ୍ପତ୍ତି ନେବାର ଥିଲା ଯେ କିଏ ଠିକ୍ ଏବଂ କିଏ ଭୁଲ୍ ।

ମାମଲାର ଶୁଣାଣି କରି ବୁଧବାର ସୁପ୍ରିମକୋର୍ଟ ଏଜିଙ୍କୁ ପ୍ରଶ୍ନ କରିଥିଲେ ଯେ, କ’ଣ ତାଙ୍କ ପାଖରେ କୌଣସି ପ୍ରମାଣ ରହିଛି ଯେ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ନିଜର ଲଢ଼େଇକୁ ଜନତାଙ୍କ ମଧ୍ୟକୁ ଆଣିବାକୁ ଯାଉଛନ୍ତି । ଏହାପରେ ଏଜି ବେଣୁଗୋପାଳ କୋର୍ଟରେ ଖବରକାଗଜରେ ଛାପିଥିବା ଖବରର କଟିଂ ପ୍ରଦାନ କରିଥିଲେ । ଏଜି କହିଥିଲେ ଯେ, ଜନତାଙ୍କ ମଧ୍ୟରେ ସିବିଆଇର ବିଶ୍ୱାସଭାଜନକୁ କାଏମ ରଖିବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବା ବହୁତ ଜରୁରୀ ଥିଲା । ସ୍ଥିତି ଏମିତି ଉପୁଜିଥିଲା ଯେ, କେନ୍ଦ୍ର ସରକାରଙ୍କୁ ଦଖଲ ଦେବାକୁ ପଡିଥିଲା । ମାମଲାର ସାବଧାନପୂର୍ବକ ଯାଞ୍ଚ କରିବା ପରେ କେନ୍ଦ୍ର ସିବିଆଇ ନିର୍ଦ୍ଦେଶକଙ୍କୁ ଦାୟିତ୍ୱମୁକ୍ତ କରି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ମାମଲାର ଶୁଣାଣି ସମୟରେ ଆଲୋକ ବର୍ମାଙ୍କ ଓକିଲ ଫଲି ଏସ୍ ନରିମମ କହିଥିଲେ ଯେ, ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଦୁଇବର୍ଷ ହୋଇଥାଏ । ତେଣୁ ଏହା ପୂର୍ବରୁ ତାଙ୍କୁ ଟ୍ରାନ୍ସଫର ମଧ୍ୟ କରାଯାଇ ପାରିବ ନାହିଁ । ଯଦି ଟ୍ରାନ୍ସଫର କରାଯାଏ ତେବେ ଉଚ୍ଚସ୍ତରୀୟ କମିଟିର ମଞ୍ଜୁରୀ ନେବା ଜରୁରୀ ଅଟେ । ମାତ୍ର ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପୂର୍ବରୁ ଉକ୍ତ କମିଟି ପାଖରୁ ଅନୁମତି ନିଆଯାଇ ନାହିଁ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖି ଆଟର୍ଣ୍ଣିଂ ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ଯେ, ନିୟମ ଅନୁସାରେ ସିବିଆଇ ନିର୍ଦ୍ଦେଶକଙ୍କ ନିଯୁକ୍ତି ଉଚ୍ଚସ୍ତରୀୟ କମିଟିର ସୁପାରିଶ ଆଧାରରେ ହୋଇଛି ।

ମାତ୍ର ଛୁଟିରେ ପଠାଯିବାର ଅଧିକାର କେନ୍ଦ୍ର ପାଖରେ ରହିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବୁଧବାର ହେବ ବୋଲି କୋର୍ଟ ନିର୍ଦ୍ଧାରିତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ