Connect with us

Uncategorized

ବଡଦିନରେ ରାଜଧାନୀ ଥିଲା ଉତ୍ସବ ମୁଖର

Pic-RE

ଭୁବନେଶ୍ବର : । ଚର୍ଚ୍ଚ ପରିସରରେ ଶୋଭା ପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ୍‌ । ଝୁଲୁଛି ଜିଙ୍ଗଲ୍‌ ବେଲ୍‌ । ଝଲସୁଚି ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ ଓ ରଙ୍ଗବେରଙ୍ଗି ଆଲୋକମାଳା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ । ଭକ୍ତିରେ ଲୀନ ଶ୍ରଦ୍ଧାଳୁମାନେ ଦେହ ଥରା ଶୀତକୁ ଖାତିର ନକରି ସାଜସଜା ଓ ଯୀଶୁଙ୍କ ଜନ୍ମ ବୃତ୍ତାନ୍ତକୁ ବ୍ୟାଖ୍ୟା କରୁଥିବା ନିର୍ମିତ ଏନ୍ତୁଡ଼ିଶାଳକୁ ବଡଦିନରେ ଦେଖିବାକୁ ଗହଳି ଲଗାଉଛନ୍ତି । କେବଳ ଖ୍ରୀଷ୍ଟିଆନ୍‌ ନୁହେଁ ଅନ୍ୟ ଧର୍ମ ଓ ଜାତିର ଲୋକେ ଏହି ପବିତ୍ର ମୁହୂର୍ତକୁ ଉପଭୋଗ କରିବା ପାଇଁ ଚର୍ଚ ଆଗରେ ଗହଳି ଲଗାଉଛନ୍ତି । 

Click to comment

Leave a Reply

Your email address will not be published. Required fields are marked *

More in Uncategorized