Connect with us

ଆଞ୍ଚଳିକ

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ୧୧ ତାରିଖରୁ ଉପକୂଳରେ ବର୍ଷା ସମ୍ଭାବନା

ସାଙ୍କେତିକ ଚିତ୍ର

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ୧୧ ତାରିଖରୁ ଉପକୂଳରେ ବର୍ଷା ସମ୍ଭାବନା
ଭୁବନେଶ୍ୱର :- ପଶ୍ଚିମବଙ୍ଗର ଦକ୍ଷିଣପୂର୍ବ ଏବଂ ଆଣ୍ଡାମାନର ଉତର ଦିଗରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେଉଛି । ୨୪ ଘଂଟା ମଧ୍ୟରେ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶା ଉପକୂଳର କେତେକ ଅଂଚଳରେ ବର୍ଷା ହେବ । ଏହା ବ୍ୟତୀତ ଉପକୂଳର ଆଉ କେତେକ ଅଂଚଳରେ ୧୧ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ସେହି ସମୟରେ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ କରାଇ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରକୁ ଯାଇ ସାରିଛନ୍ତି ସେମାନଙ୍କୁ ୮ ତାରିଖ ରାତିସୁଦ୍ଧା ଫେରି ଆସିବା ପାଇଁ କୁହାଯାଇଛି । ଓଡ଼ିଶାରୁ ମୌସୁମୀ ବିଦାୟ ନେବା ପରେ ଦିନବେଳେ ଉତାପ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଉତାପ ଏବଂ ଗୁଳୁଗୁଳି ୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ସୂତ୍ରରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ