Connect with us

ଦେଶ

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିଝଡ

ସାଙ୍କେତିକ ଚିତ୍ର

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିଝଡ
ଭୁବନେଶ୍ୱର :- ବଙ୍ଗୋପସାଗରରେ ପୁଣି ଏକ ଡିପ୍ରେସନ ପଏଣ୍ଟ ସୃଷ୍ଟି ହୋଇଛି କିନ୍ତୁ ଏହା ଓଡିଶା ପାଇଁ କିଛି ବିପଦ ସୃଷ୍ଟି କରିବ ନାହିଁ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଏହା ଆଣ୍ଡାମାନଠରୁ ୨୦ କିମି ଓ ଚେନ୍ନାଇଠାରୁ ୧୩୨୦କିମି ଦୂରରେ ଘନୀଭୂତ ହେଉଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟlରେ ଏହା ଡିପ୍‌ ଡିପ୍ରେସନ୍‌ ଓ ୪୦ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୭୨ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ ତାମିଲନାଡୁ ଓ ଆନ୍ଧ୍ର ମଧ୍ୟବର୍ତ୍ତୀ ଉପକୂଳ ଛୁଇଁବ । ଘୂର୍ଣ୍ଣିଝଡର ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟ ଧରଣର ବର୍ଷା ହେବା ସହ ପାଗ କୋହଲା ରହିବ । ସମୁଦ୍ର ଅଶାନ୍ତ ରହିପାରେ ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାସହ ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ