Connect with us

ଓଡିଶା

ବଗିକୁ ଛାଡ଼ି ପଳାଇଲା ଏକ୍ସପ୍ରେସ୍ ଟ୍ରେନର ଇଞ୍ଜିନ

ସାଙ୍କେତିକ

ବଗିକୁ ଛାଡ଼ି ପଳାଇଲା ଏକ୍ସପ୍ରେସ୍ ଟ୍ରେନର ଇଞ୍ଜିନ

କଟକ : ଅ।ଜି ଭୁବନେଶ୍ୱର-ନୂଅ।ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଏଭଳି ଏକ ଘଟଣା ଘଟିଛି ଫଳରେ ଟ୍ରେନଟି କଟକର କାଠଯୋଡ଼ି ବ୍ରିଜ ଉପରେ ଅଧିକ ସମୟ ଧରି ଅଟକି ରହିଥିଲାକାଠଯୋଡି ବ୍ରିଜ୍ ଉପରେ ବଗି ଛାଡି ପଳାଇଲା ଇଂଜିନ, ଫଳରେ କାଠଯୋଡି ବ୍ରିଜ୍ ଉପରେ ଘଂଟାଏ କାଳ ଅଟକି ରହିଲା ବଗି । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ମରାମତି ପରେ ଟ୍ରେନ୍ ପୁଣି ଦିଲ୍ଲୀ ଅଭିମୁଖେ ଯାଇଥିଲା । ଅପରପକ୍ଷରେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନରେ ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ ଛାଡିଥିଲା । ତେବେ କାଠଯୋଡି ବ୍ରିଜ୍ ଦେଇଯିବାବେଳେ ଇଞ୍ଜିନ୍ ସହିତ କେବଳ ଦୁଇଟି ବଗି ରହିଥିବା ବେଳେ ବାକିଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା । ଇଞ୍ଜିନ ଠାରୁ ବିଚ୍ଛିନ୍ନ ହେବା ପରେ ବଗିଗୁଡ଼ିକ କିଛି ବାଟ ଗଡ଼ି କାଠଯୋଡ଼ି ବ୍ରିଜ୍ ଉପରେ ଅଟକି ରହିଥିଲା । ଟ୍ରେନ୍ ଅଟକି ଯିବା ଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ ।
ରେଳବାଇ କର୍ତୃପକ୍ଷ ଘଟଣା ସ୍ଥଳରେ ପହଂଚି ପୁଣି ଥରେ ଇଞ୍ଜିନ୍ ସହିତ ବଗିକୁ ସଂଯୋଗ କରିବା ପରେ ଏହା ତା’ର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଟ୍ରେନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ କର୍ତୃପକ୍ଷ ସୂଚନା ଦେଇଛନ୍ତି ।
ଅପରପକ୍ଷରେ ଏ ଘଟଣାର ସିନିୟର ଅଫିସର ସ୍ତରୀୟ ତଦନ୍ତ ହେବ । ଏଥିପାଇଁ ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍ ନିର୍ଦ୍ଦେଶ ଦେଇଥିଲେ । ୪୮ ଘଂଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ରିପୋର୍ଟ ଅନୁଯାୟୀ କେହି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା