Connect with us

ଅପରାଧ

ଫେରିଯିବ “ସୁନ୍ଦରୀ’ l

ଫେରିଯିବ "ସୁନ୍ଦରୀ'

ଫେରିଯିବ “ସୁନ୍ଦରୀ’
ଅନୁଗୁଳ,୧୩ା୯ : ସୁନ୍ଦରୀ ଫେରିବ ସାତକୋଶିଆ । ଗତକାଲି ‘ସୁନ୍ଦରୀ’ ବାଘୁଣୀ ଆକ୍ରମଣରେ ହାତୀବାରୀର ମହିଳାଙ୍କ ମୃତ୍ୟୁ ପରେ ପରିସ୍ଥିତି ଜଟିଳ ହୋଇଥିବା ଦେଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ମୁତାବକ ସୁନ୍ଦରୀକୁ ପୂର୍ବବତ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶର ବାନ୍ଧବଗଡ ଜଙ୍ଗଲକୁ ସ୍ଥାନାନ୍ତର କରାଯିବ । ତେଣୁ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ପାଇଁ ରାଜ୍ୟ ବାହାରୁ ୨ଟି ଟିମ୍ ଆସୁଛନ୍ତି ।

ସୁନ୍ଦରୀର ସ୍ଥାନାନ୍ତର ସହ ମୃତକଙ୍କ ପରିଜନକୁ ସହାୟତା ମିଳିବ ବୋଲି ଆଜି ଏହାର ସୂଚନା ଦେଇଛନ୍ତି ଅନୁଗୁଳ ଏସପି ମିତ୍ରଭାନୁ ମହାପାତ୍ର । ସୂଚନା ମୁତାବକ ‘ସୁନ୍ଦରୀ’ ଆକ୍ରମଣରେ ହାତୀବାରୀର ଜଣେ ମହିଳାଙ୍କ ମୃତ୍ୟୁ ପରେ ସେଠାରେ କ୍ଷତିପୂରଣ ଦାବିରେ ଲୋକେ ତୁମୁଳକାଣ୍ଡ ଘଟାଇଥିଲେ । ଫଳସ୍ୱରୂପ ପ୍ରଶାସନକୁ ସୁନ୍ଦରୀକୁ ୧୫ ତାରିଖ ସୁଦ୍ଧା ମଧ୍ୟପ୍ରଦେଶ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବାନ୍ଧବଗଡ ଓ ଡେରାଡୁନରୁ ଦୁଇଟି ଟିମ୍ ଆସୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମହିଳାଙ୍କ ମୃତଦେହକୁ ରଖି ହାତୀବାରୀ ବାସିନ୍ଦା ରାସ୍ତାରୋକ କରିଥିଲେ । ମାତ୍ର ପ୍ରଶାସନ ସହ ଆଲୋଚନା ପରେ ଲୋକେ ରାସ୍ତାରୋକ ହଟାଇଛନ୍ତି । ଅନ୍ୟପଟେ ସୁନ୍ଦରୀର ସ୍ଥାନାନ୍ତର ସହ ମୃତକଙ୍କ ପରିବାରକୁ ସହାୟତା ମିଳିବ ବୋଲି ଗୁରୁବାର ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

ମୃତକଙ୍କ ଦାହ ସଂସ୍କାର ପାଇଁ ଆଜି ପ୍ରଶାସନ ପକ୍ଷରୁ ପରିଜନଙ୍କୁ ମିଳିଛି ୬୦ ହଜାର ଟଙ୍କା । ଏହାସହିତ ଆଉ ୪ଲକ୍ଷ ଟଙ୍କାର କ୍ଷତିପୂରଣ ସହ ପରିବାରର ଜଣଙ୍କୁ ଚାକିରି ପାଇଁ ମଧ୍ୟ ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ