Connect with us

ଅପରାଧ

ଫାଙ୍କା ଗୁଳିଚାଳନା କରି ୧୯ଲକ୍ଷ ଲୁଟ୍ l

ଫାଙ୍କା ଗୁଳିଚାଳନା କରି ୧୯ଲକ୍ଷ ଲୁଟ୍ l

ଫାଙ୍କା ଗୁଳିଚାଳନା କରି ୧୯ଲକ୍ଷ ଲୁଟ୍
ବଲାଙ୍ଗୀର,୧୧ା୯ : ଦିନ ଦ୍ୱିପ୍ରହରରେ ବଲାଙ୍ଗୀରରେ ବନ୍ଧୁକ ଦେଖାଇ ଏକ ବଡ ଧରଣର ଲୁଟ କରିଛନ୍ତି ଲୁଟେରା । ସାରସବାହାଲ ବଙ୍ଗଳା ଛକ ନିକଟରେ ୩ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧୯ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଲୁଟେରାଙ୍କ ମାଡରେ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଏହାକୁ ନେଇ ଦେଓଗାଁ ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ତୁଷାର ଆନ୍ଧ୍ରା ବ୍ୟାଙ୍କରୁ ବନ୍ଧପଡାସ୍ଥିତ ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ଏକ ମାରୁତି ଭ୍ୟାନରେ ଟଙ୍କା ନେଇ ଯାଉଥିଲେ । ଏହି ସମୟରେ ପୂର୍ବରୁ ଥିବା ତିନିଜଣ ଲୁଟେରା ଏକ ବାଇକରେ ଆସି କ୍ୟାସିଅର, ପିଅନ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ । ଏହାପରେ ଫାଙ୍କା ଗୁଳି ଚାଳନା କରି ୧୯ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଦେଓଗାଁ ଫାଣ୍ଡି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କୌଣସି ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ନ ନିଆଯାଇ ଟଙ୍କା ନିଆଯାଉଥିଲା ବୋଲି ଜଣାପଡିଛି । ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ