Connect with us

ଅପରାଧ

ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା l

ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା l

ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା
ଭୁବନେଶ୍ୱର,୫ା୯ : ରାଜ୍ୟରେ ପ୍ଲାଷ୍ଟିକ ବା ପଲିଥିନ୍ ବ୍ୟବହାର ଉପରେ ବ୍ୟାନ୍ ନେଇ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଥିବା କଟକଣା ବ୍ୟବସ୍ଥାକୁ ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ଼ ସ୍ୱୀକୃତି ପ୍ରଦାନ କରିଛି । ଏହି ଡ୍ରାଫ୍ଟ ବିଜ୍ଞପ୍ତିରେ ରାଜ୍ୟରେ ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ପାଇଁ ବିଶେଷଭାବେ କଟକଣା କରାଯାଇଛି ।

ସର୍ବସାଧାରଣରେ ଏହି ପ୍ଲାଷ୍ଟିକ ବ୍ୟହବାର କରିପାରିବେ ନାହିଁ । ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ଷ୍ଟ୍ର, ପାଉଚ ଇତ୍ୟାଦି ବ୍ୟବହାର ନିଷିଦ୍ଧ କରିବା ସହିତ ତିଆରି, ଆମଦାନୀ ଏବଂ ଗଚ୍ଛିତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଥର୍ମୋକୁଲର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏଥିରେ ୫ ଶହ ମିଲିଲିଟିର ତଳକୁ ଥିବା ପାଣି ବୋତଲ ବ୍ୟବହାର କରାଯାଇପାରିବ ବୋଲି ଉଲ୍ଲେଖ ରହିଛି ।

ଏହାବ୍ୟତୀତ ମାଟିରେ ମିଶୁଥିବା ପଲିଥିନ ଏବଂ ଥର୍ମୋକୁଲରରେ ତିଆରି ହୋଇଥିବା ପ୍ଲେଟ ମଧ୍ୟ ବ୍ୟବହାର ହୋଇପାରିବ । କୃଷି, କୃଷି ନର୍ସରି ଓ ଉଦ୍ୟାନ କୃଷି ଏବଂ ଔଷଧ ଆଣିବାରେ ପ୍ଲାଷ୍ଟିକ ବ୍ୟବହାର ହୋଇ ପାରିବ ।

1 Comment

1 Comment

  1. Byangakabi Rasharashia Bhai

    September 6, 2018 at 3:11 pm

    Nice step, we welcome it

Leave a Reply

Your email address will not be published. Required fields are marked *

More in ଅପରାଧ