Connect with us

ଆଞ୍ଚଳିକ

ପ୍ରସିଦ୍ଧ ଓଳାଶୁଣୀ ମେଳା ଆରମ୍ଭ

ସାଙ୍କେତିକ

ପ୍ରସିଦ୍ଧ ଓଳାଶୁଣୀ ମେଳା ଆରମ୍ଭ
ଧର୍ମଶାଳା, ୩୧ ଜାନୁଆରୀ – ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ । ଏକ ଆଧ୍ୟାତ୍ମିକ ପୀଠଭାବେ ମଧ୍ୟ ଏହାର ମହତ୍ୱ ରହିଛି । ଯାଜପୁର ଜିଲାର ବଡଚଣା ବ୍ଲକ ପଳାଇ ମୌଜାଠାରେ ଏହା ଅବସ୍ଥିତ । ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲାର ଏହା ସୀମାନ୍ତ ଅଂଚଳ । ଓଳାଶୁଣୀ ପର୍ବତ ଶିଖରରେ ତପସ୍ୟା କରିବା ସମୟରେ ଅଷ୍ଟାଦଶ ଶତାବ୍ଦୀର ଅରକ୍ଷିତ ଦାସ ମହାସମାଧି ନେଇଥିଲେ । ଉକ୍ରଳର ପ୍ରସିଦ୍ଧ ସାଧୁସନ୍ଥଙ୍କ ମଧ୍ୟରେ ସେ ଅନ୍ୟତମ । ନାମ ବ୍ରହ୍ମା ଉପାସକ ।

ପବିତ୍ର ପୀଠ ଓଳାଶୁଣୀ କେନ୍ଦ୍ରାପଡାର ତକ୍ରାଳୀନ ଜମିଦାର ରାଧାଶ୍ୟାମ ନରେନ୍ଦ୍ରଙ୍କ ଅଧୀନରେ ଥିଲା । ସେ ଏହାକୁ ଅରକ୍ଷିତ ଦାସଙ୍କୁ ଦାନ କରିଥିଲେ । ଏହି ପ୍ରଚୀନ ପୀଠର ଅଧିଷ୍ଟାତ୍ରୀ ଦେବୀ ଓଳାଶୁଣୀ । ୧୮୩୦ରେ ସନ୍ଥ ଅରକ୍ଷିତ ଦାସ ଓଳାଶୁଣୀରେ ପଦାର୍ପଣ କରିଥିଲେ । ୧୮୩୭ ମାଘ କୃଷ୍ଣ ଏକାଦଶୀ ତିଥିରେ ସେ ବ୍ରହ୍ମଲୀନ ହୋଇଥିଲେ । ତାଙ୍କ ସ୍ମୃତିରେ ପ୍ରତି ବର୍ଷ ଅନୁଷ୍ଠିତ ହେଉଛି ଓଳାଶୁଣୀ ମେଳା । ଶ୍ରଦ୍ଧାଳୁମାନେ ମାନସିକ କରି ମହାପୁରଷଙ୍କ ସମାଧୀସ୍ଥଳରେ ପୋଡପିଠା ଅର୍ପଣ କରିଥାନ୍ତି । ଯାହା ପୀଠର ବିଶେଷତ୍ୱ । ମଠ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପବିତ୍ର କାଂଜି ପାଣି ଦିଆଯାଏ । ତାହା ଅବ୍ୟର୍ଥ ଔଷଧଭାବେ କାର୍ଯ୍ୟ କରେ ବୋଲି ଲୋକଙ୍କ ବିଶ୍ୱାସ । ଏଥି ସହ ଶ୍ରାଦ୍ଧାଳୁ ମାନେ ତୁଳସୀ ଓ ଚନ୍ଦନ ଅର୍ପଣ କରନ୍ତି । ଘରର ସମସ୍ତ ବିପଦ ଆପଦ ଆସିଲେ ତାହା ୧୦ ଦିନ ଭିତରେ ଟଳିଯାଏ ।
ଏହି ପୀଠରେ ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଆଜି ଠାରୁ ଆରମ୍ଭ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗମନାଗମନ,ପାନୀୟଜଳ, ପରିମଳ ବ୍ୟବସ୍ଥା, ଆଲୋକିକରଣ ବ୍ୟବସ୍ଥା ସହ ଆଶୁ ଚିକିତ୍ସା ଆଦି ବନ୍ଦୋବସ୍ତ କରାଯାଇଥିବା ନେଇ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ