Connect with us

ଦେଶ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜ୍ଞାପନ ଓ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୭ ହଜାର କୋଟି !

ସାଙ୍କେତିକ ଚିତ୍ର

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜ୍ଞାପନ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୭ ହଜାର କୋଟି !

ନୂଆଦିଲ୍ଲୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ନିଜର ବିଜ୍ଞାପନ ଓ ବିଦେଶ ଗସ୍ତ ବାବଦରେ ଦେଶର ରାଜକୋଷରୁ ୭ ହଜାର କୋଟି ଖର୍ଚ୍ଚ କରିଥିବା ସରକାରୀ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିିଛି । ନିଜର ପ୍ରଧାନମନ୍ତ୍ରିତ୍ୱ କାଳରେ ମୋଦି ବିଶ୍ୱର ୮୪ଟି ରାଷ୍ଟ୍ରକୁ ସରକାରୀ ଗସ୍ତରେ ଯାଇଥିବା ବେଳେ ଏବାବଦରେ ଦେଶର ରାଜକୋଷରୁ ଖର୍ଚ୍ଚ ହୋଇଛି ୨୮୦ ମିଲିୟନ ଆମେରିକୀୟ ଡଲାର । ସେହିପରି ମୋଦି ସରକାରଙ୍କର ବିଭିନ୍ନ ପ୍ରେଜେକ୍ଟ,,ଯୋଜନା ଓ ସଫଳତାକୁ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ଆକାରରେ ପ୍ରଚାର କରିବା ବାବଦରେ ରାଜକୋଷରୁ ୬୪୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଶ୍ୱର ୮୪ଟି ରାଷ୍ଟ୍ର ଗସ୍ତ ବାବଦରେ ଦେଶର ରାଜକୋଷରୁ ଯେଉଁ ୨୮୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି, ତାହା କେବଳ ପ୍ରଧାନମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ରହିଥିବା ସ୍ୱତନ୍ତ୍ର ଜେଟ୍ ଏୟାର ଇଣ୍ଡିଆ ଓ୍ଵାନର ରକ୍ଷଣାବେକ୍ଷଣ ଓ ବିଦେଶ ଗସ୍ତ କାଳରେ ହଟଲାଇନ ଯୋଗାଯୋଗ ବ୍ୟବସ୍ଥା ଯୋଗାଇଦେବା ବାବଦରେ ଖର୍ଚ୍ଚ ହୋଇଛି ।

ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ । ପ୍ରଧାନମନ୍ତ୍ରୀ ମୋଦି ଯେଉଁ ୮୪ଟି ରାଷ୍ଟ୍ର ଗସ୍ତ କରିଥିଲେ, ସେଥିମଧ୍ୟରୁ ଅଧିକାଂଶ ଔପଚାରିକ ଥିବା ବେଳେ ଆଉ କିଛିଟା ଅନୌପଚାରିକ ଥିଲା ବୋଲି ନିଜ ଉତ୍ତରରେ କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି କେ ସିଂହ ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତିଯେ , ସରକାରଙ୍କର ବିଭିନ୍ନ ପ୍ରେଜେକ୍ଟ, ଯୋଜନା ଓ ସଫଳତାକୁ ବିଭିନ୍ନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋଚିତ୍ର ସହ ବିଜ୍ଞାପନ ଆକାରରେ ପ୍ରଚାର କରିବା ବାବଦରେ ରାଜକୋଷରୁ ୬୪୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ