Connect with us

ଓଡିଶା

ପ୍ରଥମ ଦିନରେ ୪ ଜଣଙ୍କ ନାମାଙ୍କନ ପତ୍ର ଦାଖଲ

ସାଙ୍କେତିକ

ପ୍ରଥମ ଦିନରେ ୪ ଜଣଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର,୧୮ ମାର୍ଚ୍ଚ – ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ନିମନ୍ତେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ ଲୋକସଭା ଆସନ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ବିଧାନସଭା ଆସନଗୁଡ଼ିକ ପାଇଁ ପ୍ରଥମ ଦିନରେ ମୋଟ ୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ୮୧-ନର୍ଲା ବିଧାନସଭା ଆସନ ପାଇଁ ଜଣେ, ୭୫-ନବରଙ୍ଗପୁର ବିଧାନସଭା ଆସନ ପାଇଁ , ୧୩୩-ବ୍ରହ୍ମପୁର ବିଧାନସଭା ଆସନ ଏବଂ ୧୪୬-ମାଲକାନଗିରି ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନରେ ମୋଟରେ ୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା