Connect with us

ଦେଶ

ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ପ୍ରିୟଙ୍କା

ସାଙ୍କେତିକ

ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ ପ୍ରିୟଙ୍କା
ମିଳିଲା ୟୁପି ମହାସଚିବ ଦାୟିତ୍ୱ
ନୂଆଦିଲ୍ଲୀ,୨୩ା୧ : ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏକ ବିଜ୍ଞପ୍ତି ଜାରି କରି ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଦାୟିତ୍ୱ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଦାନ କରିଛନ୍ତି । ଏବେ ପ୍ରିୟଙ୍କା ଗାନ୍ଧି ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅବଶ୍ୟ ଆନୁଷ୍ଠାନିକ ପଦପଦବୀ ସମ୍ଭାଳିବା ପୂର୍ବରୁ ପ୍ରିୟଙ୍କା ରାଜନୀତିରେ ସକ୍ରିୟ ଅଛନ୍ତି । ୨୦୧୪ରେ ସେ କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ।

ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ ସୋନିଆ ଗାନ୍ଧି ହୁଅନ୍ତୁ କିମ୍ବା ରାହୁଲ ଗାନ୍ଧି, ନିର୍ବାଚନ ପ୍ରଚାରରେ ଉଭୟଙ୍କ କ୍ଷେତ୍ରରେ ଷ୍ଟାର ପ୍ରଚାରକ ଭାବେ ଲୋକ ପ୍ରିୟଙ୍କା ଗାନ୍ଧିଙ୍କୁ ଦେଖିଛନ୍ତି । ଅପରପକ୍ଷରେ ୟୁପି ରାଜନୀତିରେ ପୂର୍ବା-ଉତ୍ତରପ୍ରଦେଶର ଗୁରୁତ୍ୱ ବେଶ୍ ରହିଛି । କାରଣ ପୂର୍ବାଞ୍ଚଳର ଗୋରଖପୁର ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ କ୍ଷେତ୍ର ହୋଇଥିବା ବେଳେ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ କ୍ଷେତ୍ର । ଏହିସବୁ ଅଞ୍ଚଳ ଏବେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଦଳୀୟ ପ୍ରଚାର କରିବେ । ଫଳରେ ବିଜେପିର ହେଭିୱେଟ୍ ଏହି ନେତାଙ୍କ ବିପକ୍ଷରେ ସିଧାସଳଖ ପ୍ରିୟଙ୍କା ପ୍ରଚାରରେ ମୁହାଁମୁହିଁ ହେବେ । କେବଳ ପ୍ରିୟଙ୍କା କାହିଁକି ମଧ୍ୟପ୍ରଦେଶ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଆଇସିସି ପଶ୍ଚିମ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି ।

ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ପାଇଁ ଜ୍ୟୋତିରାଦିତ୍ୟଙ୍କ ରଣନୀତିକୁ ଦାୟୀ କରିଛି ଦଳ । ତେଣୁ କଂଗ୍ରେସର ଦୁଇ ପ୍ରମୁଖ ସାରଥୀ ଆଗାମୀ ଦିନରେ ୟୁପିରେ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କରିବେ କହିବା ଭୁଲ ହେବନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ