Connect with us

ଦେଶ

ପୂର୍ବତନ ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ

କୋଇଲା ଦୁର୍ନୀତି
ପୂର୍ବତନ ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ,୫ା୧୨ : କୋଇଲା ଦୁର୍ନୀତିରେ ଚାଲିଥିବା ସିବିଆଇ ତଦନ୍ତର ଚୂଡାନ୍ତ ଶୁଣାଣି ପ୍ରକାଶ ପାଇଛି । ଭ୍ରଷ୍ଟାଚାର ଓ ଅପରାଧିକ ଚକ୍ରାନ୍ତ ଅଭିଯୋଗରେ ଏହି ଘଟଣାରେ ୪ଜଣଙ୍କୁ ଦଣ୍ଡିତ କରିଛି ପଟିୟାଲା କୋର୍ଟ ବିଚାରପତି । ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଭାବେ କୋଇଲା ମନ୍ତ୍ରାଳୟର ପ୍ରାକ୍ତନ ସଚିବ ଏଚ ସି ଗୁପ୍ତାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଉପରୋକ୍ତ ଅପରାଧରେ ଦଣ୍ଡାଦେଶ ପ୍ରଦାନ କରାଯାଇଛି ।

କୋଇଲା ମନ୍ତ୍ରାଳୟର ଅବସରପ୍ରାପ୍ତ ନିର୍ଦ୍ଦେଶକ କେସି ସମରିୟା ଓ ତକ୍ରାଳୀନ ଯୁଗ୍ମ ସଚିବ ଏସ କ୍ରୋଫାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ସହ ୫୦ ହଜାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ଏକ ଘରୋଇ କମ୍ପାନୀ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲିଃର ମାଲିକ ବିକାଶ ପଟନୀ ଓ ତାଙ୍କ ସହଯୋଗୀ ଆନନ୍ଦ ମଲିକଙ୍କୁ ମଧ୍ୟ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲି. କମ୍ପାନୀକୁ ପଶ୍ଚିମବଙ୍ଗ ସ୍ଥିତ ମୋରିୟା ଓ ମଧୁଜୋଡାସ୍ଥିତ କୋଇଲା ଖାଦାନ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନ ସମ୍ପୂର୍ଣ୍ଣ ନିୟମ ବହିର୍ଭୂତ ବୋଲି ପରବର୍ତ୍ତୀ ସମୟରେ ସିବିଆଇ ତଦନ୍ତରେ ଜଣାପଡିଥିଲା ।

୨୦୧୨ରେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେବା ସହ ଉପରୋକ୍ତ ୫ଜଣଙ୍କୁ ଗିରଫ କରାଯାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ପ୍ରାକ୍ତନ ସଚିବ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ