Connect with us

ଅପରାଧ

ପୁରୀ ହିଂସାକାଣ୍ଡରେ ୧୧ ଜଣ ଗିରଫ

ସାଙ୍କେତିକ ଚିତ୍ର

ପୁରୀ ହିଂସାକାଣ୍ଡରେ ୧୧ ଜଣ ଗିରଫ
ଭୁବନେଶ୍ୱର,୪ା୧୦: ଧାଡ଼ି ଦର୍ଶନକୁ ନେଇ ଗତକାଲି ପୁରୀରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ କୋର୍ଟ ଫରୱାର୍ଡ଼ କରାଯାଇଛି । ଗିରଫ ଅଭିଯୁକ୍ତମାନେ ତମାମ ସହରରେ ଜଳାପୋଡ଼ା କରିବା ସହ ଭଂଗାରୁଜା କରିଥିଲେ । ଏପରିକି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ଏବଂ ମନ୍ଦିର କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଭଂଗାରୁଜା କରିବା ସହ ଆସବାବ ପତ୍ର ନଷ୍ଟ କରିଥିଲେ ।

ଗତକାଲି ଘଟଣା ପରେ ଆଜି ପୁରୀ ଗସ୍ତରେ ଯାଇଥିବା ପୁଲିସ ମହାନିର୍ଦ୍ଦେଶକ ଡ. ଆର.ପି. ଶର୍ମା ଏବଂ ଆଇ.ଜି ଅମିତାଭ ଠାକୁର, ସୌମେନ୍ଦ୍ର ପ୍ରିୟଦର୍ଶୀ ପୁରୀ ପୁଲିସ ଅଧିକାରୀ ମାନଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା କରିବା ପରେ ସେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, ଗତକାଲି ଯେଉଁଭଳି ଭାବରେ ଅଘଟଣ ଘଟିଲା ତାହା କେବେ କଳ୍ପନା କରାଯାଇନଥିଲା । ଏଥିରେ ଅସାମାଜିକ ଲୋକ ସାମିଲ ହୋଇଛନ୍ତି । ସରକାରୀ ସମ୍ପତି ବହୁତ ନଷ୍ଟ ହୋଇଛି । ସେମାନଙ୍କ ବିରୁଦ୍ଧରେ ଆଇନାନୁମୋଦିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସିସିଟିଭି ଫୁଟେଜ ଦେଖି ଆସାମୀ ମାନଙ୍କୁ ଖୋଜି ବାହାର କରାଯାଇ ଗିରଫ କରାଯିବ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ