Connect with us

ଆଞ୍ଚଳିକ

ପୁରୀରେ ଜାଗା ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ପୁରୀରେ ଜାଗା ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

“ଆପଣମାନଙ୍କ ଖୁସିରେ ମୁଁ ଖୁସି’

ଭୁବନେଶ୍ୱର,୧୫ା୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଶ୍ରୀ ଜଗନ୍ନାଥ ଧାମରୁ ଜାଗା ମିଶନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଲୋକ ଓ ବସ୍ତି ବାସିନ୍ଦା ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁରୀର ନୋଳିଆ ବସ୍ତିର ଲୋକମାନଙ୍କୁ ଦେଖି ବସ୍ତି ବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବାର ଚିନ୍ତା ପ୍ରଥମେ ତାଙ୍କ ମନକୁ ଆସିଥିଲା ।

ସେମାନେ ଶହ ଶହ ବର୍ଷ ଧରି ସେଠାରେ ରହି ଲୋକମାନଙ୍କୁ ସେବା ଯୋଗାଇ ଦେବା ପରେ ମଧ୍ୟ ସେମାନଙ୍କର ନିଜସ୍ୱ ଜମି ପଟ୍ଟା ଖଣ୍ଡେ ନାହିଁ । ତେଣୁ ବସ୍ତି ବାସିନ୍ଦା ମାନଙ୍କୁ ଜମି ପଟ୍ଟା ଦେବାପାଇଁ ସେ ନିଷ୍ପତି ନେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନୋଳିଆ ବସ୍ତିର ଲୋକଙ୍କୁ ଜମି ପଟ୍ଟା ବଂଟନ କରି ମୁଖ୍ୟମନ୍ତ୍ରୀ ପଚାରିଥିଲେ, ଆପଣମାନେ ଖୁସି ତ ? ଲୋକମାନେ ସେମାନଙ୍କ ଖୁସି ବ୍ୟକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନଙ୍କ ଖୁସିରେ ମୋରଖୁସି । ଗରୀବ ଲୋକମାନଙ୍କ ମୁହଁରେ ହସ ଆଣିବା ମୋର ଲକ୍ଷ୍ୟ । ଏ ଦିଗରେ ମୋର ଉଦ୍ୟମ ଜାରି ରହିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାରା ଦେଶରେ ଏହା ଏକ ନୂଆ ଉଦ୍ୟମ । ପୁରୀ ୨୨ଟି ବସ୍ତିର ୬୫୦୦ ପରିବାର ପଟ୍ଟା ପାଇବା ବେଳେ ସାରା ରାଜ୍ୟରେ ୨୦୦୦ ବସ୍ତିର ୨ ଲକ୍ଷ ପରିବାରକୁ ଏହି ମିଶନରେ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ଯୋଜନା ସାରା ଦେଶରେ ସର୍ବ ପ୍ରଥମ ଯୋଜନା । ଏହା ଦ୍ୱାରା ରାଜ୍ୟର ପୌରାଂଚଳ ଓ ଏନ.ଏ.ସିରେ ବସବାସ କରୁଥିବା ୧୮ ଲକ୍ଷ ବସ୍ତି ବାସିନ୍ଦା ଉପକୃତ ହେବେ । ଜାଗା ସହିତ ସେମାନଙ୍କୁ ଘର, ପାଇପ ଜଳ, ଆଲୋକ ଓ ଅନ୍ୟାନ୍ୟ ଆବଶ୍ୟକତା ସୁବିଧା ଯୋଗାଇ ଦିଆଯାିବ । ଆଜି ୮ଟି ଜିଲ୍ଲାରେ ଜାଗା ମିଶନର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପୁରୀରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଟିଟିଲାଗଡ଼ରୁ ହରିଦ୍ୱାର ଓ ଋଷିକେଶ ଅଭିମୁକେ ତୀର୍ଥଯାତ୍ରାରେ ଯାଉଥିବା ଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ