Connect with us

ଓଡିଶା

ଭୁବନେଶ୍ୱରରେ ଗର୍ଜିଲା ବିଜେଡି l

ଭୁବନେଶ୍ୱରରେ ଗର୍ଜିଲା ବିଜେଡି l

ଭୁବନେଶ୍ୱର : ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ୍ କରିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ସସ୍ମିତ ପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାରେ ଦମନର ରାଜନୀତି ଚାଲିନି ବରଂ ଦମନ ହେଉଛି ବିଜେପିର ନୀତି। ଅର୍ବାନ ନକ୍ସଲ ନାଁରେ ବିଜେପି ଦଳ ଭିତରେ ଓ ବାହାରେ ଦମନ ଲୀଳା କରିଆସୁଛି । ପ୍ରଗତିଶୀଳ ଲେଖକ ଓ ବୁଦ୍ଧିଜୀବୀଙ୍କୁ ଜେଲରେ ପୂରାଉଥିବା ବେଳେ, ଦଳ ଭିତରେ ନିଜର ବରିଷ୍ଠ ନେତାମାନଙ୍କୁ କଣଠେଶା କରାଉଛି । ଉଜ୍ଜଳା ଯୋଜନାରେ ୩୦ଲକ୍ଷ ସିଲିଣ୍ଡର ବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ବାହାସ୍ପଟ ମାରୁଛନ୍ତି । କିନ୍ତୁ ୨୪ ଲକ୍ଷ ହିତାଧିକାରୀ କାହିଁକି ରିଫିଲ୍ କରୁନାହାନ୍ତି ତାହା ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍ ଏବଂ ଏହାକ’ଣ ଉକ୍ତ ଯୋଜନା ପ୍ରତି ଲୋକଙ୍କ ବିମୁଖତାକୁ ସ୍ପଷ୍ଟ କରୁନାହିଁ କି ବୋଲି ବିଜେଡି ପ୍ରଶ୍ନ କରିଛି । ଆୟୁଷ୍ମାନ ଯୋଜନାଠୁ ବହୁ ଆଗରୁ ଭଲ ସ୍ୱାସ୍ଥ୍ୟ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି । ଏଥିରେ ମହିଳାଙ୍କୁ ୭ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି । ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟର ‘ମମତା ଯୋଜନା’କୁ କେନ୍ଦ୍ର ସରକାର ଅନୁସରଣ କରୁଛନ୍ତି । ୨୦୧୪ ମସିହା ନିର୍ବାଚନ ସମୟରେ ଆଚ୍ଛେଦିନ୍‌ର ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଆସିବା ପରେ ଦରଦାମ୍‌ ନିୟନ୍ତ୍ରଣ କରିବା ତ ଦୂରର କଥା, ଏବେ ତାହା କେଉଁ ସ୍ଥିତିରେ ପହଞ୍ଚିଛି, ସାଧାରଣ ଲୋକେ ଅନୁଭବ କରିପାରୁଥିବେ ବୋଲି ଉକ୍ତ ନେତାମାନେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା