Connect with us

ଓଡିଶା

ପୁରା ଓଡ଼ିଶାରେ ପଦ୍ମ ଫୁଟିବାକୁ ଯାଉଛି : ପ୍ରଧାନମନ୍ତ୍ରୀ

ସାଙ୍କେତିକ

ପୁରା ଓଡ଼ିଶାରେ ପଦ୍ମ ଫୁଟିବାକୁ ଯାଉଛି : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୨୩ ଅପ୍ରେଲ – ଏଥର ପୁରା ଓଡ଼ିଶାରେ ପଦ୍ମ ଫୁଟିବାକୁ ଯାଉଛି । ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାରେ ପରିବର୍ତନ ହେବାକୁ ଯାଉଛି । ଏହି କାରଣରୁ ବିଜେଡିର ନିଦ ହଜିଯାଇଛି । ଏଥିପାଇଁ ଓଡ଼ିଶାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ବାଲେଶ୍ୱରର ବସ୍ତା ବାହାର୍ଦାରେ ଥିବା କୃଷି ଫାର୍ମ ପଡ଼ିଆଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ତିନି ଥର ଜୟ ଜଗନ୍ନାଥ ବୋଲି କହିଥିଲେ । ଏହି ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, “ବାଲେଶ୍ୱର ଭାରତକୁ ବହୁ ବରପୁତ୍ର ଦେଇଛି । ଓଡ଼ିଶାର ଲୋକ ଜାଣିଲେଣି, ଓଡ଼ିଶାରେ କଚ୍ଛପ ଗତିରେ ବିକାଶ ସମ୍ଭବ ନୁହେଁ । ମିଶନ ଶକ୍ତିର ସଫଳତା ବାଲେଶ୍ୱରକୁ ଗୌରବାନ୍ୱିତ କରିଛି ବୋଲି ସେ କହିଛନ୍ତି ।
ଏହି ନିର୍ବାଚନୀ ସଭାରେ ବାଲେଶ୍ୱରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ , ବାଲେଶ୍ୱରର ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀମାନେ. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା